Biblia Todo Logo
Bib sou entènèt

- Piblisite -




ଦାନିୟେଲ 12:8 - ପବିତ୍ର ବାଇବଲ

8 ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏସବୁର ପରିଣାମ କ’ଣ ହେବ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ମୁଁ ଶୁଣିଲି, ମାତ୍ର ବୁଝିଲି ନାହିଁ; ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଏହିସବୁର ପରିଣାମ କʼଣ ହେବ?

Gade chapit la Kopi

ଓଡିଆ ବାଇବେଲ

8 ପୁଣି, ମୁଁ ଶୁଣିଲି, ମାତ୍ର ବୁଝିଲି ନାହିଁ; ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଏହିସବୁର ପରିଣାମ କ’ଣ ହେବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ମୁଁ ଶୁଣିଲି, ମାତ୍ର ବୁଝିଲି ନାହିଁ; ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏହିସବୁର ପରିଣାମ କʼଣ ହେବ?”

Gade chapit la Kopi




ଦାନିୟେଲ 12:8
9 Referans Kwoze  

ଯୀଶୁ ସେମାନଙ୍କୁ କହିଲେ, “କେବଳ ପରମେଶ୍ୱରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟରେ ନିଷ୍ପତ୍ତି ଗ୍ରହଣ କରି ପାରିବେ। ତୁମ୍ଭେମାନେ ସେ ବିଷୟରେ ଜାଣି ପାରିବ ନାହିଁ।


ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା'ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।


ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା'ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।


ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।


ଏବଂ ସେ ଶୁକ୍ଳବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ୟ, ତାହାଙ୍କୁ ଏକ ବ୍ୟକ୍ତି ପଗ୍ଭରିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଘଟିବା ପାଇଁ କେତେକ ସମୟ ଲାଗିବ?”


ଏବେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦେବା ପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ୟତ ବିଷୟରେ ଅଟେ।”


ତା'ପରେ ଏକ ପବିତ୍ର ସ୍ୱର୍ଗଦୂତ କହିବାର ମୁଁ ଶୁଣିଲି। ତା'ପରେ ଅନ୍ୟ ଏକ ସ୍ୱର୍ଗଦୂତ ଏହି ଦୂତକୁ ପଗ୍ଭରିଲେ, “କେତେଦିନ ପର୍ଯ୍ୟନ୍ତ ନିତ୍ୟ ହୋମବଳି ବିରୁଦ୍ଧରେ ଏହି ଦର୍ଶନ ରହିବ ଏବଂ କେତେକାଳ ପର୍ଯ୍ୟନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହେବାକୁ ଅନୁମତି ହୋଇଛି?”


ତା'ପରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା'ର ହସ୍ତ ଉପରକୁ ଟେକି ପରମେଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ଯିବ। ଏହି ସମସ୍ତ ସତ୍ୟ ହେବ ଯେତେବେଳେ ପବିତ୍ର ଲୋକମାନଙ୍କର ଯନ୍ତ୍ରଣା ଶେଷ ହେବ।”


ତେଣୁ ସେ କହିଲେ, “ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ ଓ ମୁଦ୍ରିତ ହୋଇଅଛି।


Swiv nou:

Piblisite


Piblisite