Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:8 - ପବିତ୍ର ବାଇବଲ

8 ସେ ସେମାନଙ୍କର ପ୍ରତିମାଗୁଡ଼ିକୁ, ସେମାନଙ୍କର ଦେବଗଣଙ୍କୁ ଓ ସୁନା, ରୂପାର ମନୋହର ପାତ୍ରଗୁଡ଼ିକୁ ମିଶରକୁ ନେଇଯିବ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀୟ ରାଜାଙ୍କ ପାଇଁ ଆଉ ବିବ୍ରତ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।

Gade chapit la Kopi




ଦାନିୟେଲ 11:8
17 Referans Kwoze  

ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି।


ଇସ୍ରାଏଲ ତା'ର ଭାଇମାନଙ୍କ ସହିତ ବଢ଼େ। କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ। ତା'ପରେ ଇସ୍ରାଏଲର କୂଅ ଶୁଖିଯିବ। ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ। ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।


ଏହି ତିନି ସପ୍ତାହ ଧରି ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ କି କୌଣସି ମାଂସ ଭକ୍ଷ୍ୟଣ କଲି ନାହିଁ କି ଦ୍ରାକ୍ଷାରସ ପାନ କଲି ନାହିଁ। ଆଉ ମୁଁ ମୋ’ ମୁଣ୍ତରେ ତୈଳ ଲଗାଇଲି ନାହିଁ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା।


ପୁଣି ସେହି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।


ସେ ଉତ୍ତରରେ କହିଲେ, “ମୋର ହାତରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମୋର ଯାଜକକୁ ତୁମ୍ଭେମାନେ ନେଇ ଯାଇଛ। ମୋର ଆଉ କ’ଣ ବାକି ଅଛି? ତଥାପି ତୁମ୍ଭେ ପଗ୍ଭରୁଛ, ‘ସମସ୍ୟା କ’ଣ?’”


ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି ସବୁକୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ସେମାନଙ୍କର ଖୋଦିତ ଦେବ ପ୍ରତିମାଗଣକୁ ହାଣି ପକାଇବ। ସେ ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।


ଆଉ ମିଶରୀୟମାନେ ସେହିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ୟୁବରଣ କଲେ, ଯେତେବେଳେ ସଦାପ୍ରଭୁ ସେମାନଙ୍କର ପ୍ରଥମଜାତମାନଙ୍କୁ ହତ୍ୟାକଲେ ଓ ସେମାନଙ୍କର ଦେବଗଣଙ୍କ ବିପକ୍ଷରେ ନ୍ୟାୟ ଆଣିଲେ।


“ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ।


ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?”


ଉତ୍ତରର ରାଜା ଦକ୍ଷିଣର ରାଜ୍ୟକୁ ଆକ୍ରମଣ କରିବ। ମାତ୍ର ସେ ଯୁଦ୍ଧରେ ହାରି ଆପଣା ଦେଶକୁ ଫେରିଯିବ।


ସେହି ସ୍ଥାନରେ ପଲେଷ୍ଟୀୟମାନେ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଛାଡ଼ି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସେହିସବୁ ମୂର୍ତ୍ତିଗୁଡ଼ିକୁ ଦୂରେଇ ଦେଲେ।


Swiv nou:

Piblisite


Piblisite