Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:7 - ପବିତ୍ର ବାଇବଲ

7 “ମାତ୍ର ତାହାର ପରିବାରରୁ କେହି ଜଣେ ବ୍ୟକ୍ତି ଉତ୍ତର ଦେଶସ୍ଥ ସୈନ୍ୟବାହିନୀକୁ ଆକ୍ରମଣ କରିବ। ଏବଂ ସେହି ଯୁଦ୍ଧରେ ସେ ଜୟଯୁକ୍ତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଏକଜଣ ସ୍ଵସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକି ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ;

Gade chapit la Kopi

ଓଡିଆ ବାଇବେଲ

7 ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଜଣେ ସ୍ୱସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକୁ ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଜଣେ ସ୍ୱ ସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକୁ ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ;

Gade chapit la Kopi




ଦାନିୟେଲ 11:7
14 Referans Kwoze  

“କିନ୍ତୁ ପରମେଶ୍ୱର ତାହାକୁ କହିଲେ, ‘ଆରେ ନିର୍ବୋଧ ମନୁଷ୍ୟ! ଆଜି ରାତିରେ ତୁ ମରିଯିବୁ। ତୁ ଯେଉଁ ପଦାର୍ଥତକ ତୋ’ ପାଇଁ ସାଇତି କରି ରଖିଛୁ, ତାହା କ’ଣ ହେବ? ସେ ସବୁ କିଏ ଭୋଗ କରିବ?’


“ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।


କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ଯାଇପାରିବ ନାହିଁ।”


ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନଙ୍କର ମୂଳ ଦୃଢ଼ ହୋଇଅଛି। ସେମାନେ ବଡ଼ ଫୁଲ ଫଳ ଦିଅନ୍ତି। ସେମାନେ ଯଦିଓ ମୁହଁରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିୟ, ମାତ୍ର ପ୍ରକୃତରେ ସେମାନେ ଅନ୍ତଃକରଣରେ ତୁମ୍ଭଠାରୁ ଦୂରରେ ଥା’ନ୍ତି।


ଅନନ୍ତର ଯିଶୟର ଗଣ୍ଡିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,


ତେଣୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଞ୍ଜ ଛେଦନ କରିବେ। ଆଉମଧ୍ୟ ତାଳବୃକ୍ଷର ଡାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ।


ତାଙ୍କର ଜୀବନ କାଳ ଛୋଟ ହେଉ। ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ।


ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।


“ଗୋଟିଏ ଗଛ ପାଇଁ ମଧ୍ୟ ଆଶା ଅଛି। ଯଦି ଥରେ ଏହା କଟା ହୋଇଯାଏ, ଏହା ମଧ୍ୟ ପୁଣି ବଞ୍ଚିପାରେ। ପୁଣି ଡାଳପତ୍ର ମେଲି ଶାଖା ବୃଦ୍ଧି କରିପାରେ।


“ମାତ୍ର କିଛି ବର୍ଷ ପରେ ସେମାନେ ଏକତ୍ରିତ ହେବେ। ଦକ୍ଷିଣ ରାଜ୍ୟର ରାଜକନ୍ୟା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସେହି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା'ର ସ୍ୱାମୀ ଦୁର୍ବଳ ହେବେ। ସେ ଓ ତାଙ୍କର ସ୍ୱାମୀ, ସେମାନଙ୍କର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାଯିବ।


“ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ।


Swiv nou:

Piblisite


Piblisite