Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:6 - ପବିତ୍ର ବାଇବଲ

6 “ମାତ୍ର କିଛି ବର୍ଷ ପରେ ସେମାନେ ଏକତ୍ରିତ ହେବେ। ଦକ୍ଷିଣ ରାଜ୍ୟର ରାଜକନ୍ୟା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସେହି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା'ର ସ୍ୱାମୀ ଦୁର୍ବଳ ହେବେ। ସେ ଓ ତାଙ୍କର ସ୍ୱାମୀ, ସେମାନଙ୍କର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେସମୟରେ ଯେ ତାହାକୁ ବଳ ଦେଲା,ସମସ୍ତେ ସମର୍ପିତ ହେବେ।

Gade chapit la Kopi

ଓଡିଆ ବାଇବେଲ

6 ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେହି ସମୟରେ ଯେ ତାହାକୁ ବଳ ଦେଲା, ସମସ୍ତେ ସମର୍ପିତ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁ ବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେହି ସମୟରେ ଯେ ତାହାକୁ ବଳ ଦେଲା, ସମସ୍ତେ ସମର୍ପିତ ହେବେ।

Gade chapit la Kopi




ଦାନିୟେଲ 11:6
9 Referans Kwoze  

ଆଉ ଉତ୍ତର ଦେଶର ରାଜା ଫେରି ଏକ ବୃହତ୍ ସୈନ୍ୟବାହିନୀ ସଂଗ୍ରହ କରିବ। ବହୁ ବର୍ଷ ପରେ ପୂର୍ବାପେକ୍ଷା ବିପୁଳ ସୈନ୍ୟ ସାମନ୍ତ ନେଇ ଦକ୍ଷିଣ ଦେଶ ଆକ୍ରମଣ କରିବ। ସେହି ସୈନ୍ୟମାନଙ୍କ ହସ୍ତରେ ବିପୁଳ ଅସ୍ତ୍ର ଶସ୍ତ୍ର ରହିବ ଓ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିବେ।


“ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ।


ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ। ସେତେବେଳେ ଦକ୍ଷିଣ ଦେଶର ସୈନ୍ୟବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରି ପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ତାଙ୍କୁ ବାଧା ଦେଇ ପାରିବେ ନାହିଁ।


“ମାତ୍ର ତାହାର ପରିବାରରୁ କେହି ଜଣେ ବ୍ୟକ୍ତି ଉତ୍ତର ଦେଶସ୍ଥ ସୈନ୍ୟବାହିନୀକୁ ଆକ୍ରମଣ କରିବ। ଏବଂ ସେହି ଯୁଦ୍ଧରେ ସେ ଜୟଯୁକ୍ତ ହେବ।


କାରଣ ଏହି ଦେଶରେ ଆମ୍ଭେ ଏକ ମେଷପାଳକ ଉ‌ତ୍‌ଥାପିତ କରୁଛୁ। ସେ ହଜିଯାଇଥିବା ମେଷଗୁଡ଼ିକ ନିମନ୍ତେ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ ସେ ଖୋଜିବ ନାହିଁ। ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସେମାନଙ୍କୁ ସେ ଖୁଆଇବ ନାହିଁ। ସେ ସେଗୁଡ଼ିକର ଖୁରାକୁ ଛିଣ୍ତାଇ ହୃଷ୍ଟପୁଷ୍ଟ ମେଷମାନଙ୍କୁ ଭକ୍ଷ୍ୟଣ କରିବ।”


“ହେ ମନୁଷ୍ୟ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କେହି ନାହିଁ। ତେଣୁ ତାହାର ହସ୍ତ ଆଉ ‌‌ଖ‌ଡ଼୍‌ଗ ଧାରଣ କରିବାକୁ ସବଳ ହେବ ନାହିଁ।”


ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ୱରଙ୍କର ଶତ୍ରୁମାନେ ତାହାଙ୍କର ଉପଦେଶକୁ ଅବଜ୍ଞା କରନ୍ତି।


ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ। କାରଣ ଏହାର ପ୍ରଖର କିରଣ ସେମାନଙ୍କୁ ମନ୍ଦ କରିବାକୁ ମନା କରେ।


Swiv nou:

Piblisite


Piblisite