Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:11 - ପବିତ୍ର ବାଇବଲ

11 ସେତେବେଳେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ୱିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ସହିତ ଯୁଦ୍ଧରେ ଅଗ୍ରସର ହେବେ। ଯଦିଓ ଉତ୍ତର ଦେଶୀୟ ରାଜାଙ୍କର ବୃହତ୍ତ ସୈନ୍ୟବାହିନୀ ଥିବ, ତଥାପି ସେ ଯୁଦ୍ଧରେ ହାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧରେ ଚାଳିତ ହୋଇ ଆସି ତାହା ସଙ୍ଗରେ, ଅର୍ଥାତ୍ ଉତ୍ତର ଦେଶୀୟ ରାଜା ସଙ୍ଗେ ଯୁଦ୍ଧ କରିବ; ତହିଁରେ ସେ ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର ହସ୍ତରେ ସମର୍ପିତ ହେବ।

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ବିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବ; ତହିଁରେ ସେ (ଉତ୍ତର ଦେଶୀୟ ରାଜା) ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର (ଦକ୍ଷିଣ ଦେଶର ରାଜାଙ୍କ) ହସ୍ତରେ ସମର୍ପିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ବିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବ; ତହିଁରେ ସେ (ଉତ୍ତର ଦେଶୀୟ ରାଜା) ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର (ଦକ୍ଷିଣ ଦେଶର ରାଜାଙ୍କ) ହସ୍ତରେ ସମର୍ପିତ ହେବ।

Gade chapit la Kopi




ଦାନିୟେଲ 11:11
13 Referans Kwoze  

ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା'ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ।


“ଦକ୍ଷିଣର ରାଜା ଶକ୍ତିଶାଳୀ ହେବେ କିନ୍ତୁ ତାଙ୍କର ସେନାପତିମାନଙ୍କ ମଧ୍ୟରୁ ଜଣେ ରାଜାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ସେ ଦକ୍ଷିଣ ରାଜାଙ୍କ ଅପେକ୍ଷା ବୃହତ୍ ରାଜ୍ୟରେ ରାଜତ୍ୱ କରିବ।


ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉ‌‌ଦ୍‌‌ବିଗ୍ନ କରିବ। ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ।


ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।


ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମୋର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଦେଇଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସେବା କରିବାକୁ ଦେଇଅଛୁ।


ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।


ଏହି ସମୟରେ ପରମେଶ୍ୱରଙ୍କ ପ୍ରେରିତ ଜଣେ ଲୋକ ଆହାବଙ୍କୁ ଆସି କହିଲେ, “ସଦାପ୍ରଭୁ କୁହନ୍ତି, ‘ଅରାମୀୟ ଲୋକମାନେ କହିଛନ୍ତି ସଦାପ୍ରଭୁ ପର୍ବତଗଣର ପରମେଶ୍ୱର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ୱର ନୁହନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରିବାକୁ ଦେବି। ଯାହା ଫଳରେ ମୁଁ ଯେ ପରମେଶ୍ୱର ତୁମ୍ଭେ ଜାଣି ପାରିବ।’”


ସେହି ସମୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, “ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, ‘ତୁମ୍ଭେ କ’ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।’”


ଉତ୍ତରର ରାଜା ହାରିବା ପରେ ତାଙ୍କର ସୈନ୍ୟମାନଙ୍କୁ ବନ୍ଦୀକରି ନିଆଯିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହୋଇ ହଜାର ହଜାର ସୈନ୍ୟଙ୍କୁ ବଧ କରିବ। ତଥାପି ସେ ନିୟନ୍ତ୍ରଣରେ ରହିବ ନାହିଁ।


“ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ।


Swiv nou:

Piblisite


Piblisite