Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:10 - ପବିତ୍ର ବାଇବଲ

10 “ଆଉ ତାହା ପୁତ୍ରଗଣ ଯୁଦ୍ଧ କରିବେ। ସେମାନେ ଏକ ବିରାଟ ସୈନ୍ୟବାହିନୀ ସଂଗ୍ରହ କରିବେ। ଆଉ ଦକ୍ଷିଣରେ ସେମାନେ ବନ୍ୟାଜଳ ତୁଲ୍ୟ ଉଚ୍ଛୁଳି ବହିଯିବେ। ଏବଂ ସେମାନେ ଦକ୍ଷିଣ ରାଜାଙ୍କର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା ସୈନିକ-ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲିଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ।

Gade chapit la Kopi

ଓଡିଆ ବାଇବେଲ

10 ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା-ସୈନିକ ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲି ଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା-ସୈନିକ ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲିଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ।

Gade chapit la Kopi




ଦାନିୟେଲ 11:10
10 Referans Kwoze  

“ମାତ୍ର ତାହାର ପରିବାରରୁ କେହି ଜଣେ ବ୍ୟକ୍ତି ଉତ୍ତର ଦେଶସ୍ଥ ସୈନ୍ୟବାହିନୀକୁ ଆକ୍ରମଣ କରିବ। ଏବଂ ସେହି ଯୁଦ୍ଧରେ ସେ ଜୟଯୁକ୍ତ ହେବ।


ପୁଣି ବାଷଠି ସପ୍ତାହ ପରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ର ସ୍ଥାନ ନଷ୍ଟ କରିବେ। ବନ୍ୟାରେ ତାହା ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ଯୁଦ୍ଧ ହେବ। ଆଉ ପରମେଶ୍ୱର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।


ବାବିଲ ଉପରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢେଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।


ଯେଉଁମାନେ ତା'ର ସପକ୍ଷରେ ଥିବେ ସେମାନେ ତାକୁ ବିନାଶ କରିବେ। ତା'ର ସୈନ୍ୟବାହିନୀ ପରାସ୍ତ ହେଲା ପରେ ବହୁସୈନ୍ୟ ନିହତ ହେବେ।


ସେ ବୃହତ ଓ ଶକ୍ତିଶାଳୀ ସୈନ୍ୟବାହିନୀକୁ ପରାସ୍ତ କରିବ ଓ ସେ ପରମେଶ୍ୱରଙ୍କ, ଲୋକମାନଙ୍କ ଦ୍ୱାରା ମନୋନୀତ ଅଧିପତିକୁ ଧ୍ୱଂସ କରିବ।


ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ ଓ ଭୂମିସାତ୍ କରି ତାକୁ ଧୂଳିରେ ମିଶାଇ ଦେବେ।


ଉତ୍ତରର ରାଜା ଦକ୍ଷିଣର ରାଜ୍ୟକୁ ଆକ୍ରମଣ କରିବ। ମାତ୍ର ସେ ଯୁଦ୍ଧରେ ହାରି ଆପଣା ଦେଶକୁ ଫେରିଯିବ।


Swiv nou:

Piblisite


Piblisite