Biblia Todo Logo
Bib sou entènèt

- Piblisite -




ଦାନିୟେଲ 10:6 - ପବିତ୍ର ବାଇବଲ

6 ତାହାଙ୍କ ଶରୀର ମଣି ତୁଲ୍ୟ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ୱଳ ବିଦ୍ୟୁ‌‌ତ୍‌‌ର ଆଲୋକ ତୁଲ୍ୟ, ଚକ୍ଷୁ ଜ୍ୱଳନ୍ତ ମଶାଲ ତୁଲ୍ୟ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ୟ ଥିଲା। ଆଉ ତାଙ୍କର ସ୍ୱର ଜନଗହଳିର ରବତୁଲ୍ୟ ଉଚ୍ଚ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମଧ୍ୟ ତାଙ୍କ ଶରୀର ବୈଦୂର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ଵଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକାରଣ୍ୟର ରବ ତୁଲ୍ୟ।

Gade chapit la Kopi

ଓଡିଆ ବାଇବେଲ

6 ମଧ୍ୟ ତାଙ୍କ ଶରୀର ବୈଦୁର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତ୍‍ର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ୱଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକସମୂହର ରବ ତୁଲ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମଧ୍ୟ ତାଙ୍କ ଶରୀର ବୈଦୁର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତ୍‍ର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ୱଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକସମୂହର ରବ ତୁଲ୍ୟ।

Gade chapit la Kopi




ଦାନିୟେଲ 10:6
18 Referans Kwoze  

ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ।


ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା।


ତା'ପରେ ମୁଁ ଅନାଇ ଦେଖିଲି ଏକ କିରୂବର ପାର୍ଶ୍ୱରେ ଏକ ଚକ ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାର୍ଶ୍ୱରେ ଏକାଠି ଗ୍ଭରି ଚକ ଥିଲା। ଏବଂ ସେହି ଚକମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା।


ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।


ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତିରେ ଏଣେତେଣେ ଦୌଡ଼ିଲେ।


ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା।


ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।


ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେହେରା ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚ‌କ୍‌ଚକ୍ ଧଳା ହୋଇଗଲା।


ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ୟ। ଆଉ ସେଗୁଡ଼ିକ ମଜା ଯାଇଥିବା ପିତ୍ତଳ ପରି ଝଟକୁଥିଲା।


ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହିସବୁ ସ୍ୱର୍ଣ୍ଣରେ ନିଜ ନିଜ ପଂକ୍ତିରେ ବସାଯିବ।


ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା।


“ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଆଖି ଅଗ୍ନିଶିଖା ପରି ପ୍ରଜ୍ୱଳିତ ଓ ପାଦ ଦୁଇଟି ପିତ୍ତଳ ପରି ଉଜ୍ଜ୍ୱଳ ସେ ତୁମ୍ଭକୁ ଏହି କଥା କୁହନ୍ତି:


ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ। ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ।


ସେ ମୋତେ ସେ ସ୍ଥାନକୁ ନେଇଗଲେ। ସେଠାରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ୟ ଥିଲା। ତାଙ୍କ ହସ୍ତରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ।


ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା।


Swiv nou:

Piblisite


Piblisite