Biblia Todo Logo
Bib sou entènèt

- Piblisite -




ଦାନିୟେଲ 10:18 - ପବିତ୍ର ବାଇବଲ

18 ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ପୁନର୍ବାର ମୋତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହେଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ।

Gade chapit la Kopi

ଓଡିଆ ବାଇବେଲ

18 ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ।

Gade chapit la Kopi




ଦାନିୟେଲ 10:18
16 Referans Kwoze  

ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ। ମୋ’ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକକୁ ମୁଁ କହିଲି, “ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମୋର ବେଦନା ମୋତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁ ନାହିଁ।


ତା'ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା।


ସେ ମୋତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି, ମାତ୍ର ସେ ମୋତେ ସ୍ପର୍ଶ କରି ଠିଆ କରାଇଲେ।


ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ। ତା'ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ


ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।


ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ।


ସେଠାରେ ପାଉଲ କିଛିଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କୁ ବଳବାନ୍ କଲେ।


ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।”


ତା'ପରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁରେ ନିର୍ଭର କଲି। ତଥାପି ମୁଁ ଭୟରେ ଥରୁଥିଲି।


ପରମେଶ୍ୱର କ’ଣ ତାଙ୍କର ଶକ୍ତି ମୋ’ ବିରୁଦ୍ଧରେ ପ୍ରୟୋଗ କରିବେ? ନା, ସେ ମୋ’ କଥା ଶୁଣିବେ।


କିନ୍ତୁ ମୁଁ ତୁମ୍ଭକୁ ମୋର ବାକ୍ୟଦ୍ୱାରା ଉତ୍ସାହିତ କରିଥା’ନ୍ତି, ସାନ୍ତ୍ୱନା ଦେଇଥା’ନ୍ତି ଏବଂ ତୁମ୍ଭର କଷ୍ଟକୁ କମେଇ ଦେଇଥା’ନ୍ତି।


ଏହା ପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସେହି ସମୟରେ ଦାଉଦ ସୀଫ ମରୁଭୂମିସ୍ଥ ହୋରେଶରେ ଥିଲେ।


ଅନନ୍ତର ମୁଁ, ଦାନିୟେଲ, ଏହି ଦର୍ଶନ ପାଇଲା ପରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ୟ ପରି ଦେଖାଯାଉଥିବା ପ୍ରାଣୀ ମୋ’ ସମ୍ମୁଖରେ ଆବିର୍ଭାବ ହୋଲା।


ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି। ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।


Swiv nou:

Piblisite


Piblisite