Biblia Todo Logo
Bib sou entènèt

- Piblisite -




ଦାନିୟେଲ 1:6 - ପବିତ୍ର ବାଇବଲ

6 ଏହି ଯୁବକମାନଙ୍କ ମଧ୍ୟରେ ଯିହୁଦା ପରିବାରବର୍ଗୀୟ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମିଶାୟେଲ ଓ ଅସରୀୟ ଥିଲେ।

Gade chapit la Kopi

ଓଡିଆ ବାଇବେଲ

6 ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।

Gade chapit la Kopi




ଦାନିୟେଲ 1:6
10 Referans Kwoze  

ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।


“ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପ‌ଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।)


ତା'ପରେ ଦାନିୟେଲ ସ୍ୱଗୃହକୁ ଯାଇ ତା'ର ସାଙ୍ଗ ହନାନୀୟ, ମୀଶାୟେଲ ଓ ଆସରିୟଙ୍କୁ ରାଜାଜ୍ଞା ବିଷୟରେ ସକଳ ବୃତ୍ତାନ୍ତ ଜଣାଇଲେ।


ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି।


“ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍।


ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ, ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ।


ରାଜା ସେମାନଙ୍କ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସେମାନେ ରାଜାଙ୍କର ଦାସ ହେଲେ।


ତେଣୁ ଅରିୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଲା ଏବଂ କହିଲା, “ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧ୍ୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ୱପ୍ନର ଅର୍ଥ ଜଣାଇବେ।”


ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜ ଯିହୁଦା ଦେଶରୁ ଯେଉଁ ନିର୍ବାସିତ ଯିହୁଦୀମାନଙ୍କୁ ଆଣିଥିଲେ ସେମାନଙ୍କ ମଧ୍ୟରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି?


ତହୁଁ ରାଜା ଦୁଃଖିତ ଓ ବିବ୍ରତ ହୋଇ ପଡ଼ିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଉପାୟ ଚିନ୍ତା କଲା।


Swiv nou:

Piblisite


Piblisite