Biblia Todo Logo
Bib sou entènèt

- Piblisite -




କଲସୀୟ 4:6 - ପବିତ୍ର ବାଇବଲ

6 କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି ଲବଣରେ ସ୍ଵାଦଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର।

Gade chapit la Kopi

ଓଡିଆ ବାଇବେଲ

6 ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ତୁମ୍ଭମାନଙ୍କର କଥା ସବୁବେଳେ ସୁମିଷ୍ଟ ଓ ମନୋମୁଗ୍ଧକର ହେଉ। ପ୍ରତ୍ୟେକଙ୍କୁ କିପରି ସଠିକ୍ ଉତ୍ତର ଦେଇ ପାରିବ, ଏ କଥା ତୁମ୍ଭେମାନେ ଜାଣିବା ଆବଶ୍ୟକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର।

Gade chapit la Kopi




କଲସୀୟ 4:6
33 Referans Kwoze  

ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ।


କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।


ଜ୍ଞାନୀର କଥା ତା’ ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।


“ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା'ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”


ଶାନ୍ତିର ବାକ୍ୟ ଜୀବନର ବୃକ୍ଷ ସ୍ୱରୂପ, ମାତ୍ର କୁଟିଳ ବାକ୍ୟ ଆତ୍ମା ନଷ୍ଟ କରେ।


ଜ୍ଞାନୀମାନଙ୍କର ବାକ୍ୟ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସେପରି କରେ ନାହିଁ।


ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ।


“ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।


ଧାର୍ମିକର ଓଷ୍ଠାଧର, ଅନେକଙ୍କୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନୀମାନେ ନିର୍ବୋଧତା କାରଣରୁ ମୃତ୍ୟୁବରଣ କରନ୍ତି।


ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହେବି ନାହିଁ।


ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ତାଙ୍କର ପ୍ରଗ୍ଭରିତ କର। ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।


ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ, ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ, ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।


ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”


ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।


ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।


ସବୁ ଦେବଗଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ୟନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।


ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଏବଂ ବାଟରେ ଗ୍ଭଲିବା ବେଳେ ଶୋଇବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦେବ।


ତୁମ୍ଭେ ସମସ୍ତ ଶସ୍ୟ ନୈବେଦ୍ୟରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ୱରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ୟ ନୈବେଦ୍ୟରେ ଦେବ। ଆଉ ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଏକ ଅଂଶ ହେବ।


ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସେମାନଙ୍କ ଉପରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ଉତ୍ସର୍ଗ କରିବେ।


Swiv nou:

Piblisite


Piblisite