Biblia Todo Logo
Bib sou entènèt

- Piblisite -




କଲସୀୟ 3:19 - ପବିତ୍ର ବାଇବଲ

19 ପତିଗଣ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହେ ସ୍ଵାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ହେ ସ୍ୱାମୀମାନେ, ତୁମ୍ଭମାନଙ୍କର ସ୍ତ୍ରୀମାନଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ରୁକ୍ଷ ଆଚରଣ କର ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।

Gade chapit la Kopi




କଲସୀୟ 3:19
14 Referans Kwoze  

ଠିକ୍ ସେହିଭଳି ତୁମ୍ଭେ ପତିମାନେ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କର। ତୁମ୍ଭେମାନେ ନିଜ ପତ୍ନୀକୁ ସମ୍ମାନ ଦେଖାଇବା ଉଚିତ୍। ସେମାନେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ୱର, ତୁମ୍ଭ ଭଳି ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନାରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର।


ପିତାଗଣ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା'ହେଲେ ସେମାନେ ହତାଶ ହୋଇଯିବେ।


ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର।


କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ।


ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।


ସୂର୍ଯ୍ୟ ତଳେ ସେ ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି। ତୁମ୍ଭର ସେହି ଅସାର ଆୟୁଷର ସେତିକି ଦିନ ଆପଣା ପ୍ରିୟତମ ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ଯ୍ୟତଳେ କରିଥିବା କଠିନ କର୍ମର ଫଳ ଅଟେ।


ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।


ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା'ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ।


“ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ।


“ଅଭିଶାପ ଓ କଟୁତାରେ ସେମାନଙ୍କର କଥା ପୂର୍ଣ୍ଣ ହୋଇଥାଏ।”


Swiv nou:

Piblisite


Piblisite