Biblia Todo Logo
Bib sou entènèt

- Piblisite -




କଲସୀୟ 2:22 - ପବିତ୍ର ବାଇବଲ

22 ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏହିସବୁ ବସ୍ତୁ ଭୋଗ ଦ୍ଵାରା କ୍ଷୟ ପାଏ।

Gade chapit la Kopi

ଓଡିଆ ବାଇବେଲ

22 ଏହି ସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ଏସବୁ ବିଷୟ କ୍ଷୟଣୀୟ। ଏହା ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ମୂଲ୍ୟହୀନ ହୋଇପଡ଼େ। ଏଗୁଡ଼ିକ କେବଳ ମନୁଷ୍ୟକୃତ ନିୟମ ଓ ଶିକ୍ଷା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏହିସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ।

Gade chapit la Kopi




କଲସୀୟ 2:22
12 Referans Kwoze  

ମୋର ପ୍ରଭୁ କୁହନ୍ତି, “ସେମାନଙ୍କର ମୁଖ ସହିତ ଏହି ଲୋକମାନେ ମୋ’ ପାଖକୁ ଆସନ୍ତି। ସେମାନେ ନିଜର ଓଷ୍ଠାଧରରେ ମୋର ସମ୍ମାନ କରନ୍ତି। ମାତ୍ର ପ୍ରକୃତରେ ସେମାନେ ମୋ'ଠାରୁ ବହୁତ ଦୂରେଇ ରହନ୍ତି। ମୋ’ ପ୍ରତି ସେମାନଙ୍କର ଭୟ ଓ ପ୍ରେମ ଅନ୍ୟ କିଛି ନୁହେଁ, କିନ୍ତୁ କେବଳ ମାନବିକ ଶିକ୍ଷା ଓ ବେଳେବେଳେ ଉପଦେଶ।


ତା'ହେଲେ ସେମାନେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ୟକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।


“ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି।


ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”


“ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦେବତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ଼ ମନେ କରିବ।


ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ।


ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”


“ଏହା ଖାଅ ନାହିଁ।”, “ତାହା ଗ୍ଭଖ ନାହିଁ।”, “ସେ ଜିନିଷକୁ ଛୁଅଁ ନାହିଁ।”


କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ।


Swiv nou:

Piblisite


Piblisite