କଲସୀୟ 2:18 - ପବିତ୍ର ବାଇବଲ18 କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ଵାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ଵରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ; Gade chapit laଓଡିଆ ବାଇବେଲ18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ; Gade chapit laପବିତ୍ର ବାଇବଲ (CL) NT (BSI)18 ଯେଉଁମାନେ ବିଶେଷ ଦର୍ଶନ, ଛଳ ନମ୍ରତା ଓ ସ୍ୱର୍ଗଦୂତ ପୂଜା ଉପରେ ଗୁରୁତ୍ୱ ଦେଇ ଆତ୍ମବଡ଼ିମା କରନ୍ତି, ସେମାନଙ୍କୁ ଦେଖି ତୁମ୍ଭେମାନେ ନିଜକୁ ହୀନ ମନେ କର ନାହିଁ। ଏହିପରି ଲୋକମାନେ ନିଜର ମାନବୀୟ ଚିନ୍ତା ଦ୍ୱାରା ଅହେତୁକ ଗର୍ବରେ ସ୍ଫୀତ ହୋଇଥାଆନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ; Gade chapit la |
ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’
ଦ୍ୱିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଏ। ସେ ଯେଉଁ କ୍ଷମତା ପାଇଥିଲା, ତା’ ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହିସବୁ ଆଶ୍ଚର୍ଯ୍ୟକର୍ମମାନ କରେ। ଦ୍ୱିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦେବା ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦେଲା। ଏହି ପଶୁ ଖଣ୍ଡାରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା।
ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ।