Biblia Todo Logo
Bib sou entènèt

- Piblisite -




କଲସୀୟ 1:21 - ପବିତ୍ର ବାଇବଲ

21 ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ଵରଙ୍କଠାରୁ ପୃଥକ୍ ଓ ମନରେ ତାହାଙ୍କର ଶତ୍ରୁ ଥିଲ,

Gade chapit la Kopi

ଓଡିଆ ବାଇବେଲ

21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ୍‍ ଓ ମନରେ ତାହାଙ୍କର ଶତ୍ରୁ ଥିଲ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ବରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ,

Gade chapit la Kopi




କଲସୀୟ 1:21
14 Referans Kwoze  

ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ।


ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ।


ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ।


ସେମାନେ ପରଚର୍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆରେକ ବିରୁଦ୍ଧରେ ମନ୍ଦକଥା କୁହନ୍ତି। ସେମାନେ ପରମେଶ୍ୱରଙ୍କୁ ଘୃଣା କରନ୍ତି। ସେମାନେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସେମାନେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥା’ନ୍ତି।


ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ।


ମୁଁ ତାଙ୍କ ସମ୍ମୁଖରେ ନିଜକୁ ଶୁଦ୍ଧ ଓ ନିର୍ମଳ ରଖେ।


ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି।


ମୁଁ ଏହା କରିବି, ଇସ୍ରାଏଲୀୟମାନଙ୍କୁ ବୁଝିପାରିବା ପାଇଁ ସେମାନଙ୍କ ଉପରେ ସେହି, ସେମାନଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକ ମୋ'ଠାରୁ ଉଚ୍ଛିନ୍ନ ରହିବେ।’


Swiv nou:

Piblisite


Piblisite