Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:8 - ପବିତ୍ର ବାଇବଲ

8 ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖି ପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମେସକକୁ ନେଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାଙ୍କ ହାତ ଧରି ତାଙ୍କୁ ଦାମାସ୍କସ୍କୁ ଘେନିଗଲେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି,ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ । ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେସକକୁ ଘେନିଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ଶାଉଲ ଉଠି ଆଖି ଖୋଲିଲେ, କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ।

Gade chapit la Kopi




ପ୍ରେରିତ 9:8
10 Referans Kwoze  

ମୁଁ କିଛି ଦେଖି ପାରୁ ନ ଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ।


ଏହି କଥା କହିବା ସଙ୍ଗେ ସଙ୍ଗେ ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା। ସେ ଦେଖି ପାରିଲେ। ତା'ପରେ ସେ ଉଠି ବାପ୍ତିଜିତ ହେଲେ।


ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।” ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ।


ତା'ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ।


ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ।


ସେହି ରାତ୍ରିରେ ସିଏ ଓ ତାଙ୍କର ସୈନ୍ୟମାନେ ସମସ୍ତେ ମିଶି ତାଙ୍କର ଶତ୍ରୁମାନଙ୍କ ବିରୁଦ୍ଧରେ ଅତର୍କିତ ଆକ୍ରମଣ କଲେ। ସେମାନେ ତାଙ୍କୁ ପରାସ୍ତ କରି ଗୋଡ଼େଇ ଗୋଡ଼େଇ ଦମ୍ମେସକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ଗୋଡ଼ାଇଲେ।


ସେ ତିନି ଦିନ ପର୍ଯ୍ୟନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ୟ କଲେ ନାହିଁ।


ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।


ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମେସକ ନଗରକୁ ଫେରିଗଲି।


Swiv nou:

Piblisite


Piblisite