Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:42 - ପବିତ୍ର ବାଇବଲ

42 ଏହି ଖବର ଯାଫୋର ଗ୍ଭରିଆଡ଼େ ବ୍ୟାପିଗଲା। ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

42 ଏହି କଥା ଯାଫୋର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

42 ଏହି କଥା ଯାଫୋର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

42 ଏହି ସମ୍ବାଦ ଯୋପ୍ପାର ଚାରିଆଡ଼େ ବ୍ୟାପିଗଲା ଓ ଅନେକ ଲୋକ ପ୍ରଭୁଙ୍କୁ ବିଶ୍ୱାସ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ଏହି କଥା ଯାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

Gade chapit la Kopi




ପ୍ରେରିତ 9:42
17 Referans Kwoze  

ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।


ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ।


ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ।


ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।


ତା'ପରେ ଯୀଶୁ ଚିତ୍କାର କରି କହିଲେ, “ମୋ'ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ'ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ।


ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।”


ମେୟକୋନ୍, ର‌କ୍‌କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।


ଆଉ ଆମ୍ଭେ ଲିବାନୋ‌ନ୍‌ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଗ୍ଭହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦେଇ କାଠ ଭେଳାରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା'ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ଯିରୁଶାଲମକୁ ନେଇଯିବ।”


ଯୂନସ ପରମେଶ୍ୱରଙ୍କ କଥା ମାନିବାକୁ ଗ୍ଭହିଁଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ। ସେ ଯାଫୋକୁ ଗ୍ଭଲିଗଲେ। ସେ ଦେଖିଲେ ଗୋଟିଏ ନୌକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦେଇ ସେହି ନୌକାରେ ଯାତ୍ରା କଲେ। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଗଲେ।


ଟାବୀଥା ନାମକ ଜଣେ ଶିଷ୍ୟା ଯାଫୋ ନଗରରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ।


ଯାଫୋର ବିଶ୍ୱାସୀ ଶିଷ୍ୟମାନେ ଶୁଣିଲେ ଯେ, ପିତର ଲୂଦରେ ଅଛନ୍ତି। ଲୂଦ ଯାଫୋର ପାଖରେ ଥିଲା। ତେଣୁ ସେମାନେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବେଦନ କଲେ, “ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।”


ତା'ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ।


ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମୋନ ନାମକ ଗୋଟିଏ ଲୋକଙ୍କୁ ସେଠାରୁ ଆଣ। ସେହି ଶିମୋନ, ପିତର ନାମରେ ମଧ୍ୟ ପରିଚିତ।


ସେ ସେମାନଙ୍କୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।


“ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି।


କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ।


Swiv nou:

Piblisite


Piblisite