ପ୍ରେରିତ 9:13 - ପବିତ୍ର ବାଇବଲ13 ହନନିୟ ଉତ୍ତର ଦେଲେ, ‘‘ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଛି। ମୁଁ ଶୁଣିଛି ଯେ, ସେ ଯିରୁଶାଲମରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି ବହୁତ ଅତ୍ୟାଗ୍ଭର କରିଛି। Gade chapit laପବିତ୍ର ବାଇବଲ (Re-edited) - (BSI)13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୋ, ଯିରୂଶାଲମରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଉପଦ୍ରବ କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି। Gade chapit laଓଡିଆ ବାଇବେଲ13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୂ, ଯିରୂଶାଲମରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି । Gade chapit laପବିତ୍ର ବାଇବଲ (CL) NT (BSI)13 ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଯିରୂଶାଲମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି। Gade chapit la |
କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।
ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହୋଇଥିବା ପରିତ୍ରାଣ ସମ୍ବନ୍ଧରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ୟକ ଇଚ୍ଛା କଲି; ମୁଁ ତୁମ୍ଭକୁ ବିଶ୍ୱାସ ସକାଶେ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଗ୍ଭହେଁ। ପରମେଶ୍ୱର ତାହାଙ୍କର ପବିତ୍ର ଲୋକମାନଙ୍କୁ ସେହି ବିଶ୍ୱାସ ଦେଇଥିଲେ। ପରମେଶ୍ୱର ଏକାଥରକେ ଏହି ବିଶ୍ୱାସ ଦେଇଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।