Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:39 - ପବିତ୍ର ବାଇବଲ

39 ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲି‌ପ୍‌ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ, ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି ନପୁଂସକ ତାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ।

Gade chapit la Kopi

ଓଡିଆ ବାଇବେଲ

39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ସେମାନେ ଜଳରୁ ଉଠି ଆସିବା ପରେ, ଈଶ୍ୱରଙ୍କ ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ତର୍ଦ୍ଧାନ କରାଇ ଦେଲେ। କର୍ମଚାରୀ ଆଉ ତାଙ୍କୁ ଦେଖି ପାରିଲେ ନାହିଁ, କିନ୍ତୁ ଆନନ୍ଦରେ ପୂର୍ଣ୍ଣ ହୋଇ ତାଙ୍କ ବାଟରେ ଚାଲିଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ।

Gade chapit la Kopi




ପ୍ରେରିତ 8:39
29 Referans Kwoze  

ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି।


ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।” ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।”


ତା'ପରେ ଗୋଟିଏ ପବନ ମୋତେ ଉଠାଇଲା ଏବଂ ନିର୍ବାସିତରୂପେ ମୋତେ ବାବିଲକୁ ନେଇଗଲା। ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ମୁଁ ଦର୍ଶନରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଗ୍ଭଲିଗଲା।


ତା'ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା'ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା।


ତା'ପରେ ଆତ୍ମାଟି ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମାରେ ମନ୍ଦିର ପରିପୂର୍ଣ୍ଣ ହେଲା।


ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି।


ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।


କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।


କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହି ପ୍ରକାର ଅହଂକାର କରିବା ଅନୁଚିତ୍ ଅଟେ।


ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର।


ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ।


କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ।


ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।


“ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।


ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ।


“ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।


ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମୋତେ ବହୁ ଆନନ୍ଦ ଦିଏ।


ତୁମ୍ଭର ବାକ୍ୟରେ ରହି ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।


ତା'ପରେ ସେହି କାରାଧ୍ୟକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡାକି ନେଇ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।


ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା।


ସେତେବେଳେ ପବିତ୍ରଆତ୍ମା ଫିଲି‌ପ୍‌ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।”


ତା'ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା'ପରେ ଫିଲି‌ପ୍‌ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲି‌ପ୍‌ପ ତାହାଙ୍କୁ ବାପ୍ତିସ୍ମ ଦେଲେ।


Swiv nou:

Piblisite


Piblisite