Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:36 - ପବିତ୍ର ବାଇବଲ

36 ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଆଉ, ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି?

Gade chapit la Kopi

ଓଡିଆ ବାଇବେଲ

36 ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ,ଏଠାରେ ତ ଜଳ ଅଛି,ମୋହର ବାପ୍ତିଜିତ ହେବା ନିମନ୍ତେ କ'ଣ ବାଧା ଅଛି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

36 ସେମାନେ ରାସ୍ତାରେ ଯାଉ ଯାଉ ଗୋଟିଏ ଜଳାଶୟ ନିକଟରେ ପହଞ୍ଚିଲେ। କର୍ମଚାରୀ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କଅଣ ବାଧା ଅଛି?

Gade chapit la Kopi




ପ୍ରେରିତ 8:36
9 Referans Kwoze  

ତା'ପରେ ପିତର କହିଲେ, “ଏହି ଲୋକମାନଙ୍କୁ ବାପ୍ତିଜିତ ହେବା ନିମନ୍ତେ କେହି କ’ଣ କେବେ ଜଳ ଯୋଗଇ ଦେବା ପାଇଁ ମନା କରି ପାରିବ? ସେମାନେ ମଧ୍ୟ ଆମ୍ଭପରି ପବିତ୍ରଆତ୍ମାଙ୍କୁ ଗ୍ରହଣ କରିଛନ୍ତି!”


ଯୋହନ ମଧ୍ୟ ଏନୋନ ଗ୍ରାମରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏନୋନ ଶାଲମ ନଗର ନିକଟବର୍ତ୍ତୀ। ସେଠାରେ ପ୍ରଚୁର ଜଳ ଥିବାରୁ ଯୋହନ ସେଠାରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସେଠାକୁ ବାପ୍ତିଜିତ ହେବା ପାଇଁ ଯାଉଥିଲେ।


ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ଜଳ ଓ ଆତ୍ମାରୁ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।


ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ।


ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”


ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।


“ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ'ପରେ ଯେ ଆସୁଛନ୍ତି, ସେ ମୋ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।


Swiv nou:

Piblisite


Piblisite