Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:29 - ପବିତ୍ର ବାଇବଲ

29 ସେତେବେଳେ ପବିତ୍ରଆତ୍ମା ଫିଲି‌ପ୍‌ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ସେତେବେଳେ ଆତ୍ମା ଫିଲିପ୍ପଙ୍କୁ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର।

Gade chapit la Kopi

ଓଡିଆ ବାଇବେଲ

29 ସେତେବେଳେ ଆତ୍ମା ଫିଲିପ୍ପଙ୍କ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ସେହି ରଥ ପାଖକୁ ଯାଅ ଓ ତାହାର ନିକଟରେ ରୁହ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ସେତେବେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର।

Gade chapit la Kopi




ପ୍ରେରିତ 8:29
16 Referans Kwoze  

ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି।


ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ।


ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।


ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନେଇ ନିଜ ହାତ ଗୋଡ଼ ବାନ୍ଧି ପକେଇଲେ ଓ କହିଲେ, “ପବିତ୍ରଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, ‘ତାହାଙ୍କୁ ଯିରୁଶାଲମରେ ଯିହୂଦୀମାନେ ଏହିପରି ବାନ୍ଧି। ସେମାନେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତରେ ସମର୍ପଣ କରିବେ।’”


ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା। ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”


ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।


ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।


ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”


ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପ‌ଢୁଥିଲେ।


ଫିଲି‌ପ୍‌ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”


ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲି‌ପ୍‌ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ।


ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ,


ଅତଏବ ପବିତ୍ରଆତ୍ମା କୁହନ୍ତି: “ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ,


Swiv nou:

Piblisite


Piblisite