Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:27 - ପବିତ୍ର ବାଇବଲ

27 ଫିଲି‌ପ୍‌ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ତାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର।। ନପୁଂସକ, ଯେ ତାଙ୍କ ସମସ୍ତ ଧନଭଣ୍ତାରର ବେବର୍ତ୍ତା ଥିଲେ, ସେ ପୂଜା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ;

Gade chapit la Kopi

ଓଡିଆ ବାଇବେଲ

27 ସେଥିରେ ସେ ଉଠି ଗମନ କଲେ । ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧିନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା (କୋଷାଧ୍ୟକ୍ଷ) ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

27-28 ସେତେବେଳେ ଇଥିଓପିଆ ସାମ୍ରାଜ୍ଞୀଙ୍କ ରାଜକୋଷ ଦାୟିତ୍ୱତରେ ଥିବା ଇଥିଓପିଆର ଜଣେ ନପୁଂସକ କର୍ମଚାରୀ ତାଙ୍କ ଗୃହକୁ ଫେରୁଥିଲେ। ସେ ଈଶ୍ୱରଙ୍କୁ ଉପାସନା କରିବା ପାଇଁ ଯିରୂଶାଲମକୁ ଯାଇଥିଲେ ଓ ତାଙ୍କ ରଥରେ ବସି ଘରକୁ ଫେରୁଥିଲେ। ସେ ରଥରେ ଫେରିବା ସମୟରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଆସିଥିଲେ;

Gade chapit la Kopi




ପ୍ରେରିତ 8:27
25 Referans Kwoze  

ଇଥିଓପିଆରୁ ନଦୀ ପାର ହୋଇ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସେମାନେ ଉପହାର ନେଇ ଆମ୍ଭ ନିକଟକୁ ଆସିବେ।


ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ। ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।


କିନ୍ତୁ ଯିରିମିୟ ଖଣାରେ ପତିତ ହୋଇଥିବା କଥା ରାଜଗୃହସ୍ଥିତ ‌ଏବ‌‌ଦ୍‌‌ମେଲକ ନାମକ ଜଣେ ନପୁଂସକ ଲୋକ ଶୁଣିଲା। ସେହି ସମୟରେ ରାଜା ସିଦିକିୟ ବିନ୍ୟାମୀନ ଫାଟକରେ ବସିଥିଲେ।


ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି। “ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।” ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି। “ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।” ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ। ସେଲା


ନିସ୍ତାରପର୍ବରେ ଉପାସନା କରିବା ପାଇଁ ଯିରୁଶାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକଥିଲେ।


“ଯେଉଁ ଦିନ ବିଗ୍ଭର ହେବ ସେ ଦିନ ଦକ୍ଷିଣର ରାଣୀ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆହେବେ ଏବଂ ସେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲୋମନଙ୍କଠାରୁ ଅଧିକ ମହାନ୍।


ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ? ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ, ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।


ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।


ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ।


ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।


ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ, କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ। ସେମାନେ ତୁମ୍ଭର ଅନୁସରଣ କରିବେ। ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ, ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି, ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”


ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ।


ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।


ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।


ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ।


“ହେ ଯିରିମିୟ, ତୁମ୍ଭେ ଯାଇ କୁଶୀୟ ଏବ‌‌ଦ୍‌‌-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତରେ ସଫଳ ହେବାର ଦେଖିବ।’


ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।


ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପ‌ଢୁଥିଲେ।


ଏହି ନିର୍ଦ୍ଦେଶ ସମୁଦ୍ରର ଆର ପାରିରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, ‘କିଏ ସମୁଦ୍ର ପାର ହୋଇ ଆମ୍ଭମାନଙ୍କ ପାଇଁ ତାହା ଆଣି ଶୁଣାଇବେ ଓ ଆମ୍ଭେ ଶୁଣିବୁ।’


Swiv nou:

Piblisite


Piblisite