Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:22 - ପବିତ୍ର ବାଇବଲ

22 ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହୋଇ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ୱର ତୁମ୍ଭର ହୃଦୟରେ ଥିବା ପାପ ଚିନ୍ତାକୁ କ୍ଷମା କରି ପାରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଅତଏବ, ତୁମ୍ଭର ଏହି ଦୁଷ୍ଟପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ;

Gade chapit la Kopi

ଓଡିଆ ବାଇବେଲ

22 ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ତେଣୁ ତୁମର ଏହି ମନ୍ଦ ପରିକଳ୍ପନା ପାଇଁ ଅନୁତାପ କର, ଏପରି ବିଷୟ ଚିନ୍ତା କରିଥିବାରୁ ପ୍ରଭୁ ଯେପରି କ୍ଷମା କରିବେ, ସେଥିପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ-ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇପାରେ;

Gade chapit la Kopi




ପ୍ରେରିତ 8:22
23 Referans Kwoze  

ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖ‌‌ଡ଼୍‌ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ।


ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।”


ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।


ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି।


ପ୍ରଭୁ ତାହାଙ୍କୁ କହିଲେ, “ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ଯିହୂଦାଙ୍କ ଘରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ। ଯେହେତୁ ସେ ପ୍ରାର୍ଥନା କରୁଅଛି।


ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପ ପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।


ପିତର ତାହାକୁ କହିଲେ, “ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ।


ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ।


ପିତର ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ ତୁମ୍ଭେମାନେ ପବିତ୍ରଆତ୍ମାର ଦାନ ପାଇବ।


ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା'ପରେ ସେ ହୁଏତ ଦଣ୍ତ ଦେବେ ନାହିଁ।


ଯୂନସ ଜାହଜରେ ଶୋଇଥିବାର ଦେଖି ଜାହାଜର କପ୍ତାନ କହିଲେ, “ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।”


ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ୟାୟ ବିଗ୍ଭର କର। ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ହୁଏତ ଯୋଷେଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମୟ ହୋଇପାରନ୍ତି।


ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ।


ନିର୍ବୋଧଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସେହି ଲୋକକୁ ଘୃଣା କରନ୍ତି ଯିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବେଚନା କରେ।


Swiv nou:

Piblisite


Piblisite