Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:18 - ପବିତ୍ର ବାଇବଲ

18 ପ୍ରେରିତମାନଙ୍କ ହାତ ରଖିବା ଦ୍ୱାରା ପବିତ୍ରଆତ୍ମା ପ୍ରାପ୍ତ ହେବା ଶିମୋନ ଦେଖିଲା। ତେଣୁ ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ଵାରା ଆତ୍ମା ଦତ୍ତ ହେଉଅଛନ୍ତି, ଏହା ଦେଖି ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,

Gade chapit la Kopi

ଓଡିଆ ବାଇବେଲ

18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ଶିମୋନ ଦେଖିଲା ଯେ, ପ୍ରେରିତ ଶିଷ୍ୟମାନେ ବିଶ୍ୱାସୀମାନଙ୍କ ଉପରେ ହାତ ରଖିବାରୁ ସେମାନେ ପବିତ୍ରଆତ୍ମା ପାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ପବିତ୍ର ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,

Gade chapit la Kopi




ପ୍ରେରିତ 8:18
7 Referans Kwoze  

ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ।


ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର।


ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳି‌ଶ୍‌ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବି‌ନ୍‌ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?”


ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା।


ତା'ପରେ ପ୍ରେରିତମାନେ ଲୋକମାନଙ୍କ ଉପରେ ନିଜ ହାତ ରଖିବାରୁ ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କଲେ।


‘‘ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ରଆତ୍ମା ପାଇ ପାରିବ।”


Swiv nou:

Piblisite


Piblisite