Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:5 - ପବିତ୍ର ବାଇବଲ

5 ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଉ, ସେ ତାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି ସେତେବେଳେ ତାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାଙ୍କୁ ଓ ତାଙ୍କ ଭବିଷ୍ୟଦ୍ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।

Gade chapit la Kopi

ଓଡିଆ ବାଇବେଲ

5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟଦ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ଈଶ୍ୱର ସେତେବେଳେ ଅବ୍ରହାମଙ୍କ ଏହି ଦେଶରେ କୌଣସି ସମ୍ପତ୍ତି, ଏପରି କି ଏକ ବର୍ଗ ମିଟର ଜମି ସୁଦ୍ଧା ଦେଇ ନ ଥିଲେ। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ, ଅବ୍ରହାମଙ୍କୁ ଏହି ଦେଶ ଦେବେ ଓ ଏହା ତାଙ୍କର ଓ ତାଙ୍କ ବଂଶଧରମାନଙ୍କର ନିଜସ୍ୱ ହୋଇ ରହିବ। ଈଶ୍ୱର ସେହି ପ୍ରତିଜ୍ଞା କରିବାବେଳେ ଅବ୍ରହାମ ନିଃସନ୍ତାନ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।

Gade chapit la Kopi




ପ୍ରେରିତ 7:5
22 Referans Kwoze  

ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”


ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।


ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି।


ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖରେ ତୁମ୍ଭେ ଚିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦେବି।


ତୁମ୍ଭେ ଏହି ଦେଶରେ ପ୍ରବାସ କର। ତହିଁରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ ଓ ଆଶୀର୍ବାଦ କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦେବା। ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ କରିଥିବା ଶପଥ ଆମ୍ଭେ ସଫଳ କରିବା।


ତୁମ୍ଭେ ତା'ଠାରେ ତା'ର ଅନ୍ତକରଣ ବିଶ୍ୱସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ। ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ। କାରଣ ତୁମ୍ଭେ ଧର୍ମମୟ ଅଟ।


ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି, ଯେଉଁ ଦେଶ ବିଷୟରେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ଶପଥ କରିଥିଲୁ, ସେହି ଦେଶମାନ ଏହି। ‘ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ। ମାତ୍ର ତୁମ୍ଭେ ଯର୍ଦ୍ଦନ ପାର ହୋଇ ସେଠାକୁ ଯିବ ନାହିଁ।‌’”


ସେଥିପାଇଁ ତୁମ୍ଭେମାନେ ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀତ ଦେଶରେ ଦୀର୍ଘ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।


ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କୁ ଆଗେଇ ନିଅ। ପୁଣି ମୁଁ ଯେଉଁ ଦେଶ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛି, ସେମାନେ ସେହି ଦେଶରେ ପ୍ରବେଶ କରିବେ ଓ ତାହା ଅଧିକାର କରିବେ।’


ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।


ସେମାନଙ୍କ ସହିତ ଯୁଦ୍ଧ କର ନାହିଁ, ମୁଁ ତୁମ୍ଭମାନଙ୍କୁ ସେହି ଦେଶ ଦେବି ନାହିଁ। ଏପରିକି ସେହି ଭୂମିରୁ ପାଦେ ମଧ୍ୟ ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। କାରଣ ମୁଁ ସେହି ପର୍ବତମୟ ଦେଶ ସେୟୀରକୁ, ଏଷୌକୁ ଉତ୍ତରାଧିକାରୀ ସୁତ୍ରରେ ଦେଇଅଛି।


“ମୁଁ ତୁମ୍ଭମାନଙ୍କ ଦେଶରେ ଏକା ବିଦେଶୀ ଅଟେ। ମୋର ସ୍ତ୍ରୀକୁ କବର ଦେବା ପାଇଁ ସ୍ଥାନ ମୋର ନାହିଁ। ଦୟାକରି ମୋର ସ୍ତ୍ରୀ ପାଇଁ କବର ସ୍ଥାନରେ ମୋତେ ଅଧିକାର ଦିଅ।”


ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।


“ହେ ମନୁଷ୍ୟ ପୁତ୍ର, ଯେଉଁମାନେ ଇସ୍ରାଏଲ ଦେଶର ସେହି ଧ୍ୱଂସପ୍ରାପ୍ତ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ‘ଅବ୍ରହାମ ଏକମାତ୍ର ଜଣେ ବ୍ୟକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭେମାନେ ଅନେକ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।’


Swiv nou:

Piblisite


Piblisite