Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:45 - ପବିତ୍ର ବାଇବଲ

45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

45 ଆଉ, ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ଵର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ଵରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

45 ଆଉ ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ୱର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

45 ପରେ ଆମ ପୂର୍ବପୁରୁଷମାନେ ସେମାନଙ୍କ ପିତୃଗଣଠାରୁ ପାଇଥିବା ସେହି ତମ୍ବୁକୁ ଯିହୋଶୂୟଙ୍କ ସହିତ ବୋହି ନେଇ ଅଗ୍ରସର ହେଲେ ଓ ଈଶ୍ୱରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଅନ୍ୟ ଜାତିମାନଙ୍କର ଦେଶ ଅଧିକାର କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

45 ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।

Gade chapit la Kopi




ପ୍ରେରିତ 7:45
20 Referans Kwoze  

ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ। ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।


ପରମେଶ୍ୱର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସେହି ଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଦେଲେ।


ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।”


“ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ।


ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ।


ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ।


ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ। ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ।


ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ। ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ। ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।


ଗିବିୟୋନ ସହରର ଉଚ୍ଚସ୍ଥାନରେ ପବିତ୍ର ତମ୍ବୁ ଓ ହୋମବଳି ନୈବେଦ୍ୟର ବେଦି ଥିଲା। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମୋଶା ପବିତ୍ର ତମ୍ବୁ ନିର୍ମାଣ କରିଥିଲେ।


ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିୟୋନସ୍ଥିତ ଉଚ୍ଚ ସ୍ଥାନରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ସେବାକାର୍ଯ୍ୟ କରୁଥିବା ଅନ୍ୟ ଯାଜକମାନଙ୍କୁ ସେଠାରେ ଛାଡ଼ି ଗଲେ।


ସେମାନେ ସଦାପ୍ରଭୁଙ୍କ ଯୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ-ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡ଼ିକ ଏବଂ ତାଟିଆଗୁଡ଼ିକ ସମାଗମ-ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବାରେ ଯାଜକମାନଙ୍କୁ ଲେବୀୟମାନେ ସାହାଯ୍ୟ କଲେ।


ତା'ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହ‌ଫ୍‌ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ।


ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।


“ତୁମ୍ଭେ ଅବାରୀମ ପର୍ବତ ଉପରକୁ ଯାଅ। ଯିରୀହୋ ସମ୍ମୁଖସ୍ଥ ମୋୟାବ ଦେଶସ୍ଥ ନବୋ ପର୍ବତ ଉପରକୁ ଯାଅ। ଏହା ପରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଦେବାକୁ ଥିବା ଦେଶ ତୁମ୍ଭେ ଦେଖି ପାରିବ।


ତୁମ୍ଭେ ମିଶରରୁ ଗୋଟିଏ “ଦ୍ରାକ୍ଷାଲତା” ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର।


ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହୋଶୂୟ ନୂନଙ୍କ ପୁତ୍ର ଥିଲେ।


Swiv nou:

Piblisite


Piblisite