Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:41 - ପବିତ୍ର ବାଇବଲ

41 ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଆଉ, ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

41 ସେ ସମୟରେ ସେଠାରେ ସେମାନେ ଏକ ବାଛୁରୀର ପ୍ରତିମା ତିଆରି କଲେ ଓ ତା’ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ପୁଣି ନିଜେ ତିଆରି କରିଥିବା ସେହି ପ୍ରତିମାର ସମ୍ମାନାର୍ଥେ ଏକ ଭୋଜି ପ୍ରସ୍ତୁତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।

Gade chapit la Kopi




ପ୍ରେରିତ 7:41
11 Referans Kwoze  

ସେମାନେ ଯେତେବେଳେ ଛାଞ୍ଚ ଢଳା ଗୋବତ୍ସ ନିର୍ମାଣ କଲେ, ‘ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଇଏ ଅଟେ।’ ଏହା କହି ସେମାନେ ପରମେଶ୍ୱରଙ୍କର ବହୁତ ନିନ୍ଦା କଲେ।


ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ।


“ସେହି ସମୟରେ ଆମ୍ଭେ ଇସ୍ରାଏଲକୁ ପାଇଲୁ, ସେମାନେ ମରୁଭୂମିରେ ସତେଜ ଦ୍ରାକ୍ଷାଲତା ସଦୃଶ ଥିଲେ। ସେମାନେ ଡିମ୍ବିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସେମାନେ ଯେତେବେଳେ ବାଲ୍-ପିୟୋର ନିକଟକୁ ଆସିଲେ ସେମାନେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡ଼ିକୁ ଭକ୍ତି କଲେ। ତା'ପରେ ସେମାନେ ଭଲ ପାଉଥିବା ଜିନିଷଗୁଡ଼ିକ ଘୃଣ୍ୟ ହେଲା।


ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ।


Swiv nou:

Piblisite


Piblisite