Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:4 - ପବିତ୍ର ବାଇବଲ

4 “ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେଥିରେ କଲ୍ଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି ତାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ, ସେଠାରୁ ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ଵର ତାଙ୍କୁ ଘେନିଆସିଲେ,

Gade chapit la Kopi

ଓଡିଆ ବାଇବେଲ

4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି,ଏହି ଦେଶକୁ ଈଶ୍ୱର ତାହାଙ୍କୁ ନେଇଆସିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ତେଣୁ ସେ ତାଙ୍କର ଦେଶ ଛାଡ଼ି ହାରାଣରେ ବାସ କରିବା ପାଇଁ ଗଲେ। ଅବ୍ରହାମଙ୍କ ପିତାଙ୍କ ମୃତ୍ୟୁ ପରେ ଆପଣମାନେ ବର୍ତ୍ତମାନ ଯେଉଁ ଦେଶରେ ବାସ କରୁଛନ୍ତି, ଈଶ୍ୱର ତାଙ୍କୁ ସେହି ଦେଶକୁ ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ,

Gade chapit la Kopi




ପ୍ରେରିତ 7:4
5 Referans Kwoze  

ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତାହାଙ୍କୁ ‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’ ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ ମନୋନୀତ କରିଅଛୁ।


ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି। ସେ ‌‌ଖ‌ଡ଼୍‌ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି।


ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ମୁଁ ସେହି ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କୁ କଲଦୀୟମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦେବା ପାଇଁ ବାହାର କରି ଆଣିଲି।”


Swiv nou:

Piblisite


Piblisite