Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:39 - ପବିତ୍ର ବାଇବଲ

39 “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ଆମ୍ଭମାନଙ୍କର ପିତୃପୁରୁଷମାନେ ତାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାଙ୍କୁ ଅଗ୍ରାହ୍ୟ କଲେ, ପୁଣି ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,

Gade chapit la Kopi

ଓଡିଆ ବାଇବେଲ

39 ଆମ୍ଭମାନଙ୍କର ପିତୃପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 “କିନ୍ତୁ ଆମର ପୂର୍ବପୁରୁଷମାନେ ତାଙ୍କର ଅବାଧ୍ୟ ହେଲେ; ସେମାନେ ତାଙ୍କୁ ଉପେକ୍ଷା କରି ମିଶରକୁ ଫେରି ଯିବାକୁ ମନ ବଳାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ଆମ୍ଭମାନଙ୍କର ପିତୃ-ପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,

Gade chapit la Kopi




ପ୍ରେରିତ 7:39
15 Referans Kwoze  

ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡ଼େ। ଆମ୍ଭମାନଙ୍କର ମଧ୍ୟ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡ଼େ।


ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”


ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବିୟାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।


ଗିଲିୟଦର ସ୍ତ୍ରୀ ତାହାର କେତେକ ପୁତ୍ର ଜନ୍ମ କଲା ଏବଂ ଯେତେବେଳେ ପୁତ୍ରମାନେ ବଡ଼ ହେଲେ ସେମାନେ ଯିପ୍ତହକୁ ଏହା କହି ତଡ଼ି ଦେଲେ, “ଆମ୍ଭର ପିତୃ ସମ୍ପତ୍ତିରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।”


ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”


କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୃଷାର୍ତ୍ତ ଥିଲେ। ତେଣୁ ସେମାନେ ମୋଶାଙ୍କୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ’ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠାରେ ମରିବା ପାଇଁ?”


ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା?


ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।


ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍‌‌ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି।


Swiv nou:

Piblisite


Piblisite