Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:26 - ପବିତ୍ର ବାଇବଲ

26 “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ପରିଦିନ ସେମାନେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକଆରେକ ପ୍ରତି ଅନ୍ୟାୟ କରୁଅଛ?

Gade chapit la Kopi

ଓଡିଆ ବାଇବେଲ

26 ପରଦିନ ସେମାନେ ଝଗଡ଼ା କରୁଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ ଆରେକ ପ୍ରତି ଅନ୍ୟାୟ କରୁଅଛ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ତା’ପର ଦିନ ସେ ଦୁଇଜଣ ଇଶ୍ରାୟେଲୀୟଙ୍କୁ କଳହ କରୁଥିବା ଦେଖିଲେ ଓ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ। ସେ କହିଲେ, ‘ଶୁଣ, ତୁମେ ଦୁଇଜଣ ତ ଇଶ୍ରାୟେଲୀୟ ଭାଇ। କାହିଁକି ଏପରି କଳି କରୁଛ?’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ପରଦିନ ସେମାନେ ପରସ୍ପର ମଧ୍ୟରେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ-ଆରେକ ପ୍ରତି ଅନ୍ୟାୟ କରୁଅଛ?

Gade chapit la Kopi




ପ୍ରେରିତ 7:26
12 Referans Kwoze  

ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।


ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ କୌଣସି କାର୍ଯ୍ୟ କରିବାକୁ ମୁଁ ତୁମ୍ଭକୁ କହିପାରେ କି? ତୁମ୍ଭେ ମୋତେ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଦେଇପାର କି? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତାରେ ଅଛୁ କି? ତୁମ୍ଭଠାରେ କରୁଣା ଓ ଦୟା ଅଛି କି?


ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।


ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।


ଏହା ପରେ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, ସେମାନଙ୍କର ଘର ରାସ୍ତାରେ ଯିବାକୁ ଏବଂ ସେମାନଙ୍କୁ ସାବଧାନ କରାଇ କହିଲେ, “ସିଧା ଘରକୁ ଯାଅ। ବାଟରେ ଝଗଡ଼ା କର ନାହିଁ।”


ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, “ତୁମ୍ଭ ଆମ୍ଭ ମଧ୍ୟରେ କଳହ ହେବା ଉଚିତ୍ ନୁହେଁ। ତୁମ୍ଭର ଲୋକ ଓ ମୋ’ ଲୋକ ମଧ୍ୟରେ କଳହ ହେବା ଠିକ୍ ନୁହେଁ କାରଣ ଆମ୍ଭେମାନେ ପରସ୍ପର ଭାଇ।


ତା'ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗାରେ ଚଢ଼ି ହ୍ରଦର ଅପର ପାର୍ଶ୍ୱକୁ ଯିବାକୁ କହିଲେ। ଯୀଶୁ ନିଜେ ସେଠାକୁ ପରେ ଯିବେ ବୋଲି କହିଲେ।


ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।


Swiv nou:

Piblisite


Piblisite