Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:16 - ପବିତ୍ର ବାଇବଲ

16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆଉ, ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ।

Gade chapit la Kopi

ଓଡିଆ ବାଇବେଲ

16 ଆଉ ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ସେମାନଙ୍କର ମୃତ ଦେହ ଶିଖେମକୁ ନିଆଗଲା ଓ ଅବ୍ରହାମ ହାମୋରା ଲୋକମାନଙ୍କଠାରୁ କିଣିଥିବା କବର ସ୍ଥାନରେ ସେମାନଙ୍କୁ ସମାଧି ଦିଆଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆଉ ସେମାନଙ୍କ ମୃତ ଶରୀର, ଶିଖିମକୁ ନିଆଯାଇ, ଅବ୍ରହାମ ସେଠାକାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି-ସ୍ଥାନକୁ ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ।

Gade chapit la Kopi




ପ୍ରେରିତ 7:16
11 Referans Kwoze  

ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା।


ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ୟ ବିଷୟରେ କଥା କହୁଛି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ୟ ଦେଲେ। ଯାହା ହେତୀୟମାନଙ୍କର ଥିଲା। ଅବ୍ରହାମ ଅଢ଼େଇ ପାଉଣ୍ଡ ରୂପା ସମସ୍ତଙ୍କ ସମ୍ମୁଖରେ ଇଫ୍ରୋଣକୁ ଦେଲେ।


ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”


ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମ‌କ୍‌ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା।


ଇଫ୍ରାଥା ଯିବା ପରେ ତାହା ବୈ‌ଥ୍‌ଲେହମ ନିକଟରେ ରାହେଲକୁ କବର ଦିଆଗଲା।


“ମୁଁ ତୁମ୍ଭମାନଙ୍କ ଦେଶରେ ଏକା ବିଦେଶୀ ଅଟେ। ମୋର ସ୍ତ୍ରୀକୁ କବର ଦେବା ପାଇଁ ସ୍ଥାନ ମୋର ନାହିଁ। ଦୟାକରି ମୋର ସ୍ତ୍ରୀ ପାଇଁ କବର ସ୍ଥାନରେ ମୋତେ ଅଧିକାର ଦିଅ।”


ମୁଁ ମୋର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ ତୁମ୍ଭେ ମୋତେ ଏହି ମିଶର ଦେଶରୁ ନେଇଯାଇ ସେମାନଙ୍କର କବର ସ୍ଥାନରେ କବରଶାୟୀ କରାଅ।” ଯୋଷେଫ କହିଲେ, “ମୁଁ ପ୍ରତିଜ୍ଞା କରୁଅଛି ତୁମ୍ଭର ଇଚ୍ଛାନୁସାରେ କରିବି।”


ଯାକୁବ ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି କଲେ।


Swiv nou:

Piblisite


Piblisite