Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:15 - ପବିତ୍ର ବାଇବଲ

15 ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷ-ମାନେ ପ୍ରାଣତ୍ୟାଗ କଲେ,

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷମାନେ ପ୍ରାଣତ୍ୟାଗ କଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 ଯାକୁବ ମିସର ଦେଶକୁ ଗଲେ, ସେଠାରେ ତାଙ୍କର ଓ ତାଙ୍କ ପୁତ୍ରମାନଙ୍କର ମୃତ୍ୟୁ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ସେ ଓ ଆମ୍ଭମାନଙ୍କର ପିତୃ-ପୁରୁଷମାନେ ପ୍ରାଣତ୍ୟାଗ କଲେ,

Gade chapit la Kopi




ପ୍ରେରିତ 7:15
13 Referans Kwoze  

ପରେ ଯୋଷେଫ ଓ ତାଙ୍କର ଭାଇମାନେ ତତ୍କାଳୀନ ସମସ୍ତ ଲୋକ ମଲେ।


ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ।


ଏବଂ ଇ‌‌ସ୍‌‌ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା'ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ।


ତା'ପରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ,’ ଜଣେ ବୁଲୁଥିବା, ଅରାମୀୟ ଲୋକ ମୋର ପିତା ଥିଲେ ଓ ସେ ମିଶରକୁ ଗଲେ ଏବଂ ସେଠାରେ ଅଳ୍ପ କେତେକ ଲୋକ ସହିତ ବାସ କଲେ। ସେଠାରେ ସେ ଜାତୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଶକ୍ତିଶାଳୀ ହେଲେ।


ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିଶରକୁ ଯାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିଛନ୍ତି।


ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।


ତେଣୁ ଇସ୍ରାଏଲ ମିଶରକୁ ଯାତ୍ରା କଲେ। ପ୍ରଥମେ ଇସ୍ରାଏଲ ‌ବେ‌ର୍‌ଶେବାକୁ ଗଲେ। ସେଠାରେ ସେ ପରମେଶ୍ୱରଙ୍କ ଉପାସନା କଲେ। ତାଙ୍କର ପିତା ଇ‌ସ୍‌ହାକଙ୍କ ପରମେଶ୍ୱରଙ୍କୁ। ଏବଂ ସେ ସେଠାରେ ହୋମବଳି ଦେଲେ।


ମୁଁ ମୋର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ ତୁମ୍ଭେ ମୋତେ ଏହି ମିଶର ଦେଶରୁ ନେଇଯାଇ ସେମାନଙ୍କର କବର ସ୍ଥାନରେ କବରଶାୟୀ କରାଅ।” ଯୋଷେଫ କହିଲେ, “ମୁଁ ପ୍ରତିଜ୍ଞା କରୁଅଛି ତୁମ୍ଭର ଇଚ୍ଛାନୁସାରେ କରିବି।”


ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”


ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା।


ଏହା ପରେ ଇସ୍ରାଏଲ ମିଶରକୁ ଆସିଲା। କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।


Swiv nou:

Piblisite


Piblisite