Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:10 - ପବିତ୍ର ବାଇବଲ

10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ତାଙ୍କ ସମସ୍ତ କ୍ଳେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ଵରୂପେ ନିଯୁକ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 କିନ୍ତୁ ଈଶ୍ୱର ଯୋସେଫଙ୍କ ସହିତ ଥିଲେ ଓ ସମସ୍ତ ଦୁଃଖକଷ୍ଟ ମଧ୍ୟରେ ତାଙ୍କୁ କଢ଼ାଇ ଆଣିଲେ। ଯେତେବେଳେ ଯୋସେଫ ମିସରର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଈଶ୍ୱର ତାଙ୍କୁ ପ୍ରୀତିକର ଆଚରଣ ଓ ଜ୍ଞାନ ପ୍ରଦାନ କଲେ ଏବଂ ରାଜା ଯୋସେଫଙ୍କୁ ଦେଶର ଶାସକ ଓ ରାଜପ୍ରାସାଦର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ।

Gade chapit la Kopi




ପ୍ରେରିତ 7:10
19 Referans Kwoze  

ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ।


ଯେତେବେଳେ କୌଣସି ଲୋକ ମୋର କ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମୋତେ ରକ୍ଷା କରିବେ। ସେ ମୋତେ ନିରାପଦରେ ତାହାଙ୍କର ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ।


ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।


ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସେମାନେ ମୋ’ ନାମ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।”


କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ। ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।


ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ।


ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ। ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି।


ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।


ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।


ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।


ଏହା ପରେ ଯିହୁଦା ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ହେ ମହାଶୟ, ମୋତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ୟ।


କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।


ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ସେହି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହୋଇଥିବା ସେହି ଲୋକମାନଙ୍କୁ କ୍ଷମା କର। ସେମାନଙ୍କର ଶତ୍ରୁମାନଙ୍କୁ ସେମାନଙ୍କ ପ୍ରତି ଦୟାଳୁ ହେବାକୁ ଦିଅ।


“ତୁମ୍ଭେ ଯିରିମିୟଙ୍କୁ ଦେଖ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।”


Swiv nou:

Piblisite


Piblisite