Biblia Todo Logo
Bib sou entènèt

- Piblisite -




ପ୍ରେରିତ 6:10 - ପବିତ୍ର ବାଇବଲ

10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।

Gade chapit la Kopi




ପ୍ରେରିତ 6:10
18 Referans Kwoze  

ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା'ର ଉତ୍ତର ଦେଇ ପାରିବ ନାହିଁ।


ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।


ମନ୍ଦିରର ସୈନ୍ୟମାନେ ଉତ୍ତର ଦେଲେ, “ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ୟବାନ୍।”


କିନ୍ତୁ ମଣିଷ ଭିତରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ୱାସ ଯାହା ସେମାନଙ୍କୁ ସମସ୍ତ ବୁଝାମଣା ଦେଇଥାଏ।


ତେଣୁ ତୁମ୍ଭେ ଯାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହୋଇ ବକ୍ତବ୍ୟର କଥା ତୁମ୍ଭକୁ ଶିଖାଇବି।”


ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜି‌ଦ୍‌ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।


କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞାରେ ଫିଟିବ। ତା'ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।’ ଯଦି ସେମାନେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସେମାନେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେହେତୁ ସେମାନେ ବିଦ୍ରୋହୀ ଜାତି ଅଟନ୍ତି।


ମୋର ବହୁତ କିଛି କହିବାର ଅଛି ଯେ, ମୁଁ ପ୍ରାୟତଃ ବିସ୍ଫୋରଣ କରିଯିବି।


କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।” ସେମାନେ ତାହାଙ୍କ ଉପଦେଶ ମାନିଲେ।


କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ ବିଗ୍ଭରରେ ଓ ପରାକ୍ରମରେ ମୁଁ ଏପରି ପରିପୂର୍ଣ୍ଣ ହେବି ଯେ, ଯାକୁବର ଅପରାଧ ଓ ଇସ୍ରାଏଲର ପାପ ବିଷୟରେ ମୁଁ ସେମାନଙ୍କୁ ଅବଗତ କରାଇବି।”


ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା। ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।


“ତୁମ୍ଭ ବିପକ୍ଷରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ। ତୁମ୍ଭ ପ୍ରତିକୂଳରେ କହୁଥିବା ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ।” ସଦାପ୍ରଭୁ କୁହନ୍ତି, “ଆମ୍ଭର ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ଧାର୍ମିକତା ଏହା ଅଟେ।”


କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେ‌କ୍‌ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ।


ତା'ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।”


Swiv nou:

Piblisite


Piblisite