Biblia Todo Logo
Bib sou entènèt

- Piblisite -




ପ୍ରେରିତ 5:19 - ପବିତ୍ର ବାଇବଲ

19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ, ରାତ୍ରିକାଳରେ କାରାଗାରର ଦ୍ଵାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,

Gade chapit la Kopi

ଓଡିଆ ବାଇବେଲ

19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 କିନ୍ତୁ ସେହି ରାତିରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ କାରାଗାରର ଦ୍ୱାର ଖୋଲି ଦେଲେ ଓ ପ୍ରେରିତ ଶିଷ୍ୟମାନଙ୍କୁ ମୁକୁଳାଇ ସେମାନଙ୍କୁ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,

Gade chapit la Kopi




ପ୍ରେରିତ 5:19
18 Referans Kwoze  

ହଠାତ୍ ଖୁବ୍ ଜୋ‌ର୍‌‌ରେ ଭୂମିକମ୍ପ ହେଲା। ଏହା ଦ୍ୱାରା କାରାଗାରର ମୂଳଦୁଆ ଟଳମଳ ହେଲା। ଦେଖୁ ଦେଖୁ ସବୁ ଦ୍ୱାର ଖୋଲିଗଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖୋଲିଗଲା।


ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି, ସେ ସେମାନଙ୍କୁ ଉଦ୍ଧାର କରନ୍ତି।


ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ,


ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”


ସଦାପ୍ରଭୁଙ୍କର ସେବକ କୁହନ୍ତି, “ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ'ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦେବାକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଗ୍ଭର କରିବା ନିମନ୍ତେ ମୋତେ ପ୍ରେରଣ କରିଛନ୍ତି।


ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।


କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।


ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ।


ତା'ପରେ ନବୂଖ‌ଦ୍‌ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ।


ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ।


ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”


ହେରୋଦଙ୍କ ମୃତ୍ୟୁ ପରେ ମିଶରରେ ଯୋଷେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖା ଦେଲେ।


ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ।


ପ୍ରଭୁଙ୍କର ଜଣେ ଦୂତ ମେଷପାଳକମାନଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କର ଚତୁର୍ଦ୍ଦିଗରେ ଝଲକି ଉଠିଲା।


ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ୱର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, “କର୍ଣ୍ଣୀଲିୟ।”


ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।


Swiv nou:

Piblisite


Piblisite