Biblia Todo Logo
Bib sou entènèt

- Piblisite -




ପ୍ରେରିତ 4:34 - ପବିତ୍ର ବାଇବଲ

34 ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ପ୍ରେରିତମାନଙ୍କର ପାଦତଳେ ଥୋଉଥିଲେ,

Gade chapit la Kopi

ଓଡିଆ ବାଇବେଲ

34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ସେମାନଙ୍କ ଦଳରେ କୌଣସି ବ୍ୟକ୍ତି ଅଭାବଗ୍ରସ୍ତ ନ ଥିଲା। ଯେଉଁମାନଙ୍କର ଜମି ଓ ଘର ଥିଲା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ,

Gade chapit la Kopi




ପ୍ରେରିତ 4:34
14 Referans Kwoze  

ସେମାନେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଆବଶ୍ୟକତା ଅନୁସାରେ ବାଣ୍ଟି ଦେଲେ।


“ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥିରେ ପରମେଶ୍ୱରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତେବେଳେ ଏ ଜାଗତିକ ଧନ ସରିଯିବ, ସେତେବେଳେ ଚିରନ୍ତନ ନିବାସରେ ତୁମ୍ଭମାନଙ୍କୁ ସ୍ୱାଗତ କରାଯିବ।


ତେଣୁ ତୁମ୍ଭେମାନେ ନିଜର ସମସ୍ତ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବ ଲୋକଙ୍କ ମଧ୍ୟ ବାଣ୍ଟିଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବ ନାହିଁ। ତେଣୁ ସବୁଦିନ ରହି ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ୱର୍ଗରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ୱର୍ଗରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କେହି ଗ୍ଭେରେଇ ନେଇ ପାରିବ ନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।


ତା'ପରେ ଯୀଶୁ ପ୍ରେରିତମାନଙ୍କୁ କହିଲେ, “ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦେବା ପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ଜୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟିରେ ଅଭାବ ଥିଲା କି?” ପ୍ରେରିତମାନେ କହିଲେ, “ନା।”


ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମୋର ଅନୁସରଣ କର।”


ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା'ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା'ପରେ ଆସ ଓ ମୋର ଅନୁସରଣ କର।”


ମନେରଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯିବାର ସେ ମଧ୍ୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଦୀର୍ଘ ଗ୍ଭଳିଶ୍ ବର୍ଷ ଧରି ତୁମ୍ଭର ସହାୟ ହୋଇ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାନ୍ତି।’


ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା'ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ।


ଯୋଷେଫଙ୍କର ଖଣ୍ଡିଏ କ୍ଷେତଥିଲା। ସେ ତାହାକୁ ବିକ୍ରୀ କରିଦେଲେ ଓ ବିକ୍ରୀଲ‌ବ୍‌‌ଧ ସମସ୍ତ ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଇଦେଲେ।


ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।


ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।


ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା'ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ।


Swiv nou:

Piblisite


Piblisite