Biblia Todo Logo
Bib sou entènèt

- Piblisite -




ପ୍ରେରିତ 4:17 - ପବିତ୍ର ବାଇବଲ

17 ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କିନ୍ତୁ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା।

Gade chapit la Kopi

ଓଡିଆ ବାଇବେଲ

17 କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଅଧିକ ବ୍ୟାପି ନ ଯାଏ, ଯୀଶୁଙ୍କ ନାମରେ ଆଉ କେବେ କାହା ଆଗରେ କିଛି ନ କହିବା ପାଇଁ ଏମାନଙ୍କୁ ଆମେ ସାବଧାନ କରାଇ ଦେବା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା।

Gade chapit la Kopi




ପ୍ରେରିତ 4:17
25 Referans Kwoze  

“ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”


ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ।


ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”


ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା'ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”


“କିନ୍ତୁ ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ସେବନ କରାଇଲ। ତୁମ୍ଭ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର ନ କରିବାକୁ କହିଲ।


ତେଣୁ ସେହି ଅଧିପତିଗଣ ରାଜାଙ୍କୁ କହିଲେ, “ଆମ୍ଭେମାନେ ଅନୁରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ୟୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଗ୍ଭହୁଁ ନାହିଁ, ବରଂ ସେମାନଙ୍କର ଅମଙ୍ଗଳ ଗ୍ଭହୁଁଛି।”


ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।”


ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ।


ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।


ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ।


Swiv nou:

Piblisite


Piblisite