Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:25 - ପବିତ୍ର ବାଇବଲ

25 ତୁମ୍ଭେମାନେ ସେହି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା'ର ଉତ୍ତରାଧିକାରୀ। ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଜଗତରେ ସବୁ ଲୋକ ଆଶୀର୍ବାଦ ପାଇବେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି ତୁମ୍ଭର ବଂଶ ଦ୍ଵାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ଵର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ୱର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ଭବିଷ୍ୟତ୍ବକ୍ତାମାନଙ୍କ ମୁଖରେ ଈଶ୍ୱର ଯେଉଁସବୁ ପ୍ରତିଜ୍ଞା କରିଛନ୍ତି, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ, ପୁଣି ଈଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି ସ୍ଥାପନ କରିଛନ୍ତି, ତୁମ୍ଭେମାନେ ସେଥିର ଅଂଶୀଦାର। ଈଶ୍ୱର ଅବ୍ରହାମଙ୍କୁ କହିଥିଲେ, ‘ତୁମର ବଂଶଧରମାନଙ୍କ ଦ୍ୱାରା ମୁଁ ପୃଥିବୀର ସମସ୍ତ ଜାତିକୁ ଆଶୀର୍ବାଦ କରିବି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ବର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃ-ପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି।

Gade chapit la Kopi




ପ୍ରେରିତ 3:25
30 Referans Kwoze  

ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ମୁଁ ଏପରି କରିବି କାରଣ ତୁମ୍ଭେ ମୋର ବାକ୍ୟ ମାନିଅଛ।”


ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”


ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।”


ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିୟମ କରିଛନ୍ତି। ଇସ୍ରାଏଲ ସହିତ ସେହି ନିୟମ, ଅନନ୍ତକାଳୀନ ଅଟେ।


ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି। ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି। ତୁମ୍ଭଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।”


ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା।


ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।


ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା।


ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।


ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।


ତୁମ୍ଭେ ତା'ଠାରେ ତା'ର ଅନ୍ତକରଣ ବିଶ୍ୱସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ। ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ। କାରଣ ତୁମ୍ଭେ ଧର୍ମମୟ ଅଟ।


ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।


ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।


ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”


ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇ‌ସ୍‌ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।


ତା'ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତ ଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦେବା ପାଇଁ ସେହି ସ୍ୱର୍ଗଦୂତଙ୍କ ପାଖରେ ଏକ ଅନନ୍ତକାଳୀନ ସୁସମାଗ୍ଭର ଥିଲା।


ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ


ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ।


“ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି।


ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।


ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର।


ଅବ୍ରହାମଠାରୁ ଏକ ମହାନ ଓ ବଳଶାଳୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।


ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିୟମ କରିଅଛନ୍ତି ଏବଂ ଇ‌ସ୍‌ହାକଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।


Swiv nou:

Piblisite


Piblisite