ପ୍ରେରିତ 3:19 - ପବିତ୍ର ବାଇବଲ19 ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ। Gade chapit laପବିତ୍ର ବାଇବଲ (Re-edited) - (BSI)19 ଅତଏବ, ଯେପରି ଆପଣମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ, Gade chapit laଓଡିଆ ବାଇବେଲ19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇ ପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ, Gade chapit laପବିତ୍ର ବାଇବଲ (CL) NT (BSI)19 ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇପାରେ, ଏଥିନିମନ୍ତେ ମନ-ପରିବର୍ତ୍ତନ କରି ଫେରି ଆସନ୍ତୁ, Gade chapit la |
କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି। ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି। ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ। କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ, କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ। ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’
ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି। ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି। ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି। ନ ହେଲେ ହୁଏତ ସେମାନେ ସେମାନଙ୍କ ଆଖିରେ ଦେଖି ପାରନ୍ତେ, କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ। ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’
ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ। ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ।
ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ'ଠାରୁ ସୁସ୍ଥତା ପାଇବେ।”