Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:14 - ପବିତ୍ର ବାଇବଲ

14 ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କି ଅସ୍ଵୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ପ୍ରାର୍ଥନା କଲେ ,

Gade chapit la Kopi

ଓଡିଆ ବାଇବେଲ

14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ,ଏହା ପ୍ରାର୍ଥନା କଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ସେ ଜଣେ ପବିତ୍ର ଓ ଧାର୍ମିକ ବ୍ୟକ୍ତି; କିନ୍ତୁ ତୁମ୍ଭେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ ଓ ତାଙ୍କ ପରିବର୍ତ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦେଖାଇ ଗୋଟିଏ ନରହନ୍ତାକୁ ମୁକ୍ତ କରିବା ପାଇଁ ପୀଲାତଙ୍କୁ କହିଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ,

Gade chapit la Kopi




ପ୍ରେରିତ 3:14
22 Referans Kwoze  

“ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭକୁ ଧ୍ୱଂସ କରିଦେବାକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ବ୍ୟକ୍ତି।”


ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ।


ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,


ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।


ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।


“ସେ ମୋତେ କହିଲେ, ‘ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି।


ହେ ସିୟୋନର କନ୍ୟା ଆନନ୍ଦ କର! ହେ ଯିରୁଶାଲମର କନ୍ୟା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି। ସେ ଅତ୍ୟନ୍ତ ନମ୍ର। ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି।


“ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯେ ପବିତ୍ର ଓ ସତ୍ୟ, ସେ ତୁମ୍ଭକୁ ଏହି କଥା ଲେଖୁଛନ୍ତି। ସେ ଦାଉଦଙ୍କ ଗ୍ଭବି ହାତରେ ଧରିଛନ୍ତି। ସେ ଯାହା ଖୋଲି ଦିଅନ୍ତି, ତାହା ବନ୍ଦ ହୋଇପାରେ ନାହିଁ।


ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।


ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।


ଲୋକମାନେ ବାର‌ବ୍‌ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାର‌ବ୍‌ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାର‌ବ୍‌ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।


ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ।


କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ପୀଲାତଙ୍କୁ କୁହନ୍ତୁ ବାର‌ବ୍‌ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।


ସେହି ସମୟରେ ବନ୍ଦୀଶାଳାରେ ବାର‌ବ୍‌ବା ନାମରେ ଏକ ବ୍ୟକ୍ତି ବିଦ୍ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।


କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।


କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।


ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା'ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ।


ମାତ୍ର ଯିହୂଦୀମାନେ ଚିତ୍କାର କଲେ, “ନା, ଏ ଲୋକକୁ ନୁହେଁ। ବାର‌ବ୍‌ବାକୁ ମୁକ୍ତି ଦିଅ।” ଏହି ବାର‌ବ୍‌ବା ଜଣେ ଡକାୟତ ଥିଲା।


“ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”


ସେମାନେ ତାହାଙ୍କର ମୃତ୍ୟୁଦଣ୍ଡ ଦେବାର କିଛି କାରଣ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ।


Swiv nou:

Piblisite


Piblisite