Biblia Todo Logo
Bib sou entènèt

- Piblisite -




ପ୍ରେରିତ 28:6 - ପବିତ୍ର ବାଇବଲ

6 ଲୋକେ ଆଶା କରିଥିଲେ ସେ ଫୁଲି ଯିବ ବା ତଳେ ପଡ଼ି ମରିଯିବ। କିନ୍ତୁ ବହୁତ ସମୟ ପରେ ମଧ୍ୟ ତାହାଙ୍କର କିଛି କ୍ଷତି ହେବାର ସେମାନେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସେମାନଙ୍କର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ୱର ବୋଲି ଭାବିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେ ଯେ ଫୁଲିଯିବେ କିମ୍ଵା ହଠାତ୍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ଆପଣା ଆପଣା ମନ ବଦଳାଇ କହିଲେ, ଏ ଜଣେ ଦେବତା।

Gade chapit la Kopi

ଓଡିଆ ବାଇବେଲ

6 ସେ ଯେ ଫୁଲିଯିବେ କିମ୍ବା ହଠାତ୍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ପାଉଲଙ୍କ ଦେହ ଫୁଲି ଉଠିବ କିମ୍ବା ସେ ପ୍ରାଣତ୍ୟାଗ କରି ତଳେ ପଡ଼ିଯିବେ ଭାବି, ସେମାନେ କିଛି ସମୟ ଅପେକ୍ଷା କଲେ। କିନ୍ତୁ ଅନେକ ସମୟ ଅପେକ୍ଷା କରି ଯେତେବେଳେ ଦେଖିଲେ ଯେ, ପାଉଲଙ୍କର କୌଣସି ଅନିଷ୍ଟ ହୋଇନାହିଁ, ସେମାନେ ମତ ବଦଳାଇ କହିଲେ, “ଏ ଜଣେ ଦେବତା!”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେ ଯେ ଫୁଲିଯିବେ କିମ୍ବା ହଠାତ୍‍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାହାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା।

Gade chapit la Kopi




ପ୍ରେରିତ 28:6
6 Referans Kwoze  

ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।”


ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ: “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନକର। ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”


ତା'ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?” ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”


ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।”


ସେହି ଅଞ୍ଚଳ ନିକଟରେ ଦ୍ୱୀପର ଜଣେ ମୁଖ୍ୟ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଳିୟ। ସେ ତାହାଙ୍କ ଘରକୁ ନେଇ ଆମ୍ଭକୁ ତିନି ଦିନ ପର୍ଯ୍ୟନ୍ତ ରଖି ଅତିଥି ସତ୍କାର କଲେ।


Swiv nou:

Piblisite


Piblisite