Biblia Todo Logo
Bib sou entènèt

- Piblisite -




ପ୍ରେରିତ 27:34 - ପବିତ୍ର ବାଇବଲ

34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଆପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ଅନୁରୋଧ କରୁଛି, ଏବେ କିଛି ଖାଆନ୍ତୁ, ବଞ୍ଚି ରହିବା ପାଇଁ ଏହା ନିତାନ୍ତ ଆବଶ୍ୟକ। ଭୟ କରନ୍ତୁ ନାହିଁ। ଆପଣମାନଙ୍କ ମସ୍ତକରୁ ଗୋଟିଏ ହେଲେ କେଶ ଆଉ ନଷ୍ଟ ହେବ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ।

Gade chapit la Kopi




ପ୍ରେରିତ 27:34
10 Referans Kwoze  

ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି।


ତହିଁରେ ଶଲୋମନ ଉତ୍ତର କଲେ, “ଯଦି ଅଦୋନିୟ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତେବେ ମୁଁ ପ୍ରତିଜ୍ଞା କରୁଛି ତା'ର କେଶ ମଧ୍ୟ କେହି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ଯ୍ୟ କରେ ସେ ନିଶ୍ଚିତ ବଧ ହେବ।”


କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ।


ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ।


ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ।


ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।


ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।”


ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ।


ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ।


Swiv nou:

Piblisite


Piblisite