ପ୍ରେରିତ 26:29 - ପବିତ୍ର ବାଇବଲ29 ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।” Gade chapit laପବିତ୍ର ବାଇବଲ (Re-edited) - (BSI)29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଅଛି। Gade chapit laଓଡିଆ ବାଇବେଲ29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି । Gade chapit laପବିତ୍ର ବାଇବଲ (CL) NT (BSI)29 ପାଉଲ ଉତ୍ତର ଦେଲେ, “ଅଳ୍ପ ସମୟ ହେଉ, ଅବା ବହୁତ ସମୟ ହେଉ, ଈଶ୍ୱରଙ୍କଠାରେ ମୋର ଏତିକି ପ୍ରାର୍ଥନା, ଆପଣ ଓ ଆଜି ମୋର କଥା ଶୁଣିଥବା ସମସ୍ତେ ମୋ’ ପରି ହୁଅନ୍ତୁ - ଅବଶ୍ୟ ଏହିପରି ଶିକୁଳିରେ ବନ୍ଧା ହୁଅନ୍ତୁ ବୋଲି ମୁଁ କହୁନାହିଁ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋହର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛି। Gade chapit la |
ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।”