Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:1 - ପବିତ୍ର ବାଇବଲ

1 ଆଗ୍ରି‌‌ପ୍‌‌ପା ପାଉଲଙ୍କୁ କହିଲେ, “ତୁମ୍ଭକୁ ନିଜ ସପକ୍ଷରେ କହିବା ପାଇଁ ଅନୁମତି ଦିଆଗଲା।” ତା'ପରେ ପାଉଲ ନିଜ ହାତ ପ୍ରସାରିତ କରି ନିଜ ପକ୍ଷରେ କହିବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେଥିରେ ଆଗ୍ରିପ୍‍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା। ସେତେବେଳେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷସମର୍ଥନ କରିବାକୁ ଲାଗିଲେ,

Gade chapit la Kopi

ଓଡିଆ ବାଇବେଲ

1 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା । ସେଥିରେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷ ସମର୍ଥନ କରିବାକୁ ଲାଗିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଆଗ୍ରୀପା ପାଉଲଙ୍କୁ କହିଲେ, “ତୁମକୁ ନିଜ ପକ୍ଷରୁ ଯାହା କିଛି କହିବା ପାଇଁ ଅନୁମତି ଦିଆଗଲା।” ପାଉଲ ହସ୍ତ ବିସ୍ତାର କରି ନିଜକୁ ସମର୍ଥନ କରି କହିଲେ -

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା। ସେଥିରେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷ ସମର୍ଥନ କରିବାକୁ ଲାଗିଲେ,

Gade chapit la Kopi




ପ୍ରେରିତ 26:1
12 Referans Kwoze  

କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି।


ହେ ରାଜା ଆଗ୍ରି‌‌ପ୍‌‌ପା, “ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୋଗ ବିରୁଦ୍ଧରେ ମୋ’ ପକ୍ଷରେ ଉତ୍ତର ଦେବା ପାଇଁ ସମର୍ଥ ହୋଇପାରିଛି।


ସେ କହିଲେ, “ଆମ୍ଭର ପ୍ରଥା ଯେକୌଣସି ଲୋକର କଥା ପ୍ରଥମେ ନ ଶୁଣି ବିଗ୍ଭର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନ ଜାଣି ତାହାଙ୍କର ବିଗ୍ଭର କରି ପାରିବା ନାହିଁ।”


“କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ।


କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, “ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।”


ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’


ପାଉଲ କହିଲେ, “ଭାଇମାନେ ଓ ପିତାମାନେ, ଯେହେତୁ ମୁଁ ମୋର ନିଜ ସପକ୍ଷରେ କଥା କହୁଛି, ତେଣୁ ଆପଣମାନେ ମୋ’ କଥା ଶୁଣନ୍ତୁ।”


ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ଯ୍ୟନ୍ତ ସେ ଅନ୍ୟ ଲୋକ ଦ୍ୱାରା ପରୀକ୍ଷା ହୋଇ ନାହିଁ।


ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବେଚନା ହୁଏ ଓ ଲଜ୍ଜିତର କାରଣ ହୁଏ।


ତେଣୁ ମୁଁ ମୋର ହସ୍ତ ତୁମ୍ଭ ବିରୁଦ୍ଧରେ ଉଠାଇଲି ଏବଂ ତୁମ୍ଭର ଦେଶର କିଛି ଅଂଶ ନେଇଯାଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ୟାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତାରେ ଭାରାକ୍ରାନ୍ତ ହେଲେ।


ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହେବି ନାହିଁ।


ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।”


Swiv nou:

Piblisite


Piblisite