Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:26 - ପବିତ୍ର ବାଇବଲ

26 କିନ୍ତୁ ଫେଲୀ‌କ୍‌ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆହୁରି ମଧ୍ୟ ପାଉଲ ତାଙ୍କୁ ଅର୍ଥ ଦେବେ ବୋଲି ସେ ଆଶା କରୁଥିଲେ; ସେଥିପାଇଁ ଥରକୁଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

26 ଆହୁରି ମଧ୍ୟ ପାଉଲ ତାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ସେହି ସମୟରେ ପାଉଲ ତାଙ୍କୁ କିଛି ଅର୍ଥ ଉକ୍ରୋଚ ଦେବେ ବୋଲି ସେ ଆଶା କରିଥିଲେ, ତେଣୁ ସେ ଥରକୁ ଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ।

Gade chapit la Kopi




ପ୍ରେରିତ 24:26
29 Referans Kwoze  

ଦୁଷ୍ଟ ଲୋକ ନ୍ୟାୟରୁ ବଞ୍ଚିବାକୁ ଲୁଚେଇ କରି ଉତ୍କୋଚ ନିଏ।


ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।


ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ।


“ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା'ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି।


ଲୋକମାନେ ଦୁଇ ହାତରେ ମନ୍ଦକାର୍ଯ୍ୟ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳୟରେ ସେମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। “ପ୍ରଧାନ ବ୍ୟକ୍ତିମାନେ” ଉତ୍ତମ ଓ ନ୍ୟାୟ ବିଗ୍ଭର କରୁ ନାହାନ୍ତି। ସେମାନେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।


ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”


ମାତାଲ ହୋଇଗଲା ପରେ ସେମାନେ ବ୍ୟଭିଗ୍ଭରିଣୀ ପରି ବ୍ୟବହାର କରନ୍ତି। ସେମାନେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସେମାନଙ୍କର ଶାସକଗଣ ସେମାନଙ୍କର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି।


ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।


“ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।


ସେମାନେ ପେଟୁ କୁକୁର ସଦୃଶ କେବେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ୟ ସେମାନେ ବିଗ୍ଭରଶୂନ୍ୟ ମେଷପାଳକ। ସେମାନେ ଗ୍ଭରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।


ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।


ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’


ରାଜା ସୁବିଗ୍ଭର ଦ୍ୱାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ଯିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ୱଂସ କରେ।


ଅନେକ ଲୋକ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରତ୍ୟେକ ଲୋକ ସେହି ଲୋକର ବନ୍ଧୁ ହୁଅନ୍ତି ଯିଏ ଉପହାର ଦିଏ।


ଗୋଟିଏ ଉତ୍କୋଚ ଗୋଟିଏ ଯାଦୁ ପଥର ପରି, ଏହା ଜଣେ ଦେଇଥିବାର ଆଖିରେ ଅଟେ, ସେ ଯେଉଁ ଦିଗରେ ଘୂରେ, ସେ କୃପାଲାଭ କରେ।


କାରଣ ମନୁଷ୍ୟଗଣ ପରମେଶ୍ୱରଙ୍କ ବିନା କିଛି ନୁହନ୍ତି। ଯେଉଁ ଲୋକମାନଙ୍କ ପାଖରେ ପଇସା ଥାଏ ସେମାନେ ଲାଞ୍ଚ ନିଅନ୍ତି।


ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।”


ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୁଁ କିଛି ଭୁଲ୍ କରିଛି ତୁମ୍ଭେମାନେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକୁ କୁହ। ମୁଁ କାହାର ଗଧ କିମ୍ବା ଗାଈ ଗ୍ଭେରି କରିଛି କି? ମୁଁ କାହାକୁ ଆଘାତ କିମ୍ବା ଧ‌କ୍‌କା ଦେଇଛି କି? ମୁଁ ମୋର ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇ ନାହିଁ, ଯେପରିକି ମୁଁ ଅନ୍ୟ ଦ୍ୱାରା ଅପରାଧ କରିଥିବା ଉପଦ୍ରବ୍ୟ ଦେଖି ନ ପାରେ? ଯଦି ମୁଁ ଏଥିରୁ କୌଣସିଟି କରିଛି, ତେବେ ମୁଁ ତାହା ଭରଣା କରିବା ପାଇଁ ପ୍ରସ୍ତୁତ ଅଛି।”


ଶାମୁୟେଲଙ୍କ ପୁଅମାନେ ତାଙ୍କପରି ଜୀବନଯାପନ କଲେ ନାହିଁ। ସେମାନେ ଉତ୍କୋଚ ନେଉଥିଲେ। ସେମାନେ ଉତ୍କୋଚ ନେଇ ଦରବାରରେ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।


ତୁମ୍ଭେ ସର୍ବଦା ନ୍ୟାୟବାନ ହେବ। ନ୍ୟାୟରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭେମାନେ ଉତ୍କୋଚ ନେଇ ଅନ୍ୟାୟ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ।


“ଯଦି କୌଣସି ଲୋକ ତା'ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।


ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା ଥିଲେ।


Swiv nou:

Piblisite


Piblisite