Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:23 - ପବିତ୍ର ବାଇବଲ

23 ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ପୁଣି, ସେ ଶତସେନାପତିଙ୍କି ତାଙ୍କର କୌଣସି ଆତ୍ମୀୟ ସ୍ଵଜନଙ୍କୁ ତାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି ତାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ।

Gade chapit la Kopi

ଓଡିଆ ବାଇବେଲ

23 ପୁଣି, ସେ ଶତସେନାପତିଙ୍କି ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାଙ୍କୁ ବନ୍ଦୀରୂପେ ରକ୍ଷା କରି ତାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ପାଉଲଙ୍କୁ ବନ୍ଦୀ କରି ରଖିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ, କିନ୍ତୁ ତାଙ୍କ ପ୍ରତି କଟକଣା କୋହଳ କରି ତାଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବାକୁ ସେ ନିର୍ଦ୍ଦେଶ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ।

Gade chapit la Kopi




ପ୍ରେରିତ 24:23
10 Referans Kwoze  

ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା।


ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ।


ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।


କିନ୍ତୁ ଫେଲୀ‌କ୍‌ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।


ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ।


ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ। ସେ ସେନାମାନଙ୍କ ସୈନ୍ୟନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ।


ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।


ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦ‌‌‌ନ୍‌‌‌କୁ ଏହି ଆଜ୍ଞା ଦେଲେ।


କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି।


Swiv nou:

Piblisite


Piblisite