Biblia Todo Logo
Bib sou entènèt

- Piblisite -




ପ୍ରେରିତ 24:1 - ପବିତ୍ର ବାଇବଲ

1 ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।

Gade chapit la Kopi

ଓଡିଆ ବାଇବେଲ

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକୀଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ପାଞ୍ଚ ଦିନ ପରେ ପ୍ରଧାନ ଯାଜକ ଆନାନୀୟ କେତେକ ଇହୁଦୀ ନେତା ଓ ତର୍ତ୍ତୁଲସ୍ ନାମକ ଜଣେ ଓକିଲଙ୍କ ସହିତ ସିସେରିଆକୁ ଗଲେ। ସେମାନେ ଫେଲିକ୍ସ୍ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ପେଶ୍ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।

Gade chapit la Kopi




ପ୍ରେରିତ 24:1
15 Referans Kwoze  

ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି।


ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ।


ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ।


ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ।


ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।


ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀ‌କ୍‌ସଙ୍କ ପାଖରେ ଉପସ୍ଥିତ କରାଅ।”


ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ।


ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସେମାନେ ଅନ୍ଧାରରେ ଲୁଚି ରହନ୍ତି। ସେମାନେ ଧନୁରେ ଗୁଣ ଚଢ଼ାନ୍ତି। ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି।


ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।


ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତେବେଳେ ପରମେଶ୍ୱରଙ୍କ ସତ୍ୟ ବିଷୟରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍‌ଗ୍ଭତୁରୀ ବା ଜ୍ଞାନର କଥା କହି ନ ଥିଲି।


ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା'ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ।


ହେରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖା କରିବା ପାଇଁ ସ୍ଥିର କଲେ। ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ।


ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ।


ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ। ତା'ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ।


ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ, “ହେ ମହାମାନ୍ୟ ଫେଲୀ‌କ୍‌ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି।


Swiv nou:

Piblisite


Piblisite