Biblia Todo Logo
Bib sou entènèt

- Piblisite -




ପ୍ରେରିତ 23:14 - ପବିତ୍ର ବାଇବଲ

14 ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଆସ୍ଵାଦନ କଲେ ଅଭିଶପ୍ତ ହେବୁ ବୋଲି ଆପଣା ଆପଣାକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ସେମାନେ ଯାଇ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନଙ୍କୁ କହିଲେ, “ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ କିଛି ଭୋଜନ ନ କରିବା ପାଇଁ ଆମ୍ଭେମାନେ ଏକ ଦୃଢ଼ ଶପଥ ନେଇଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ।

Gade chapit la Kopi




ପ୍ରେରିତ 23:14
10 Referans Kwoze  

ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।


ସେମାନେ ଘୃଣ୍ୟକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ, ସେମାନଙ୍କର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ। ଏଣୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ। ସେମାନଙ୍କ ପ୍ରତିଫଳ ପ୍ରାପ୍ତି ସମୟରେ ସେମାନେ ନିପାତିତ ହେବେ।’” ସଦାପ୍ରଭୁ ଏହିସବୁ କହନ୍ତି।


ଲୋକମାନେ ଦୁଇ ହାତରେ ମନ୍ଦକାର୍ଯ୍ୟ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳୟରେ ସେମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। “ପ୍ରଧାନ ବ୍ୟକ୍ତିମାନେ” ଉତ୍ତମ ଓ ନ୍ୟାୟ ବିଗ୍ଭର କରୁ ନାହାନ୍ତି। ସେମାନେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।


ତେଣୁ ଯାଜକମାନେ ଜୀବନ ଶୈଳୀରେ ସେହି ଲୋକମାନଙ୍କ ପରି ହେଲେ। ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନଙ୍କର ମନ୍ଦକାର୍ଯ୍ୟ ଲାଗି ଆମ୍ଭେ ସେମାନଙ୍କୁ ଫଳ ଦେବା।


ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି।


ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି। ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।” ତେଣୁ ସଦାପ୍ରଭୁ କହନ୍ତି, “ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।”


ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ।


ସେ କହିଲା, “ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଗ୍ଭରିବାର ବାହାନାରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ୟରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି।


କିନ୍ତୁ ଆପଣ ସେମାନଙ୍କ କଥା ବିଶ୍ୱାସ କରିବେ ନାହିଁ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀୟ ଲୁଚିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।”


Swiv nou:

Piblisite


Piblisite