Biblia Todo Logo
Bib sou entènèt

- Piblisite -




ପ୍ରେରିତ 22:15 - ପବିତ୍ର ବାଇବଲ

15 କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖରେ ତାହାଙ୍କର ସାକ୍ଷୀ ହେବ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ନିକଟରେ ତାହାଙ୍କର ସାକ୍ଷୀ ହେବ।

Gade chapit la Kopi

ଓଡିଆ ବାଇବେଲ

15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 କାରଣ ତୁମେ ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କ ନିକଟରେ ପ୍ରକାଶ କରିବା ପାଇଁ ତୁମେ ତାଙ୍କର ସାକ୍ଷୀ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ।

Gade chapit la Kopi




ପ୍ରେରିତ 22:15
11 Referans Kwoze  

ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”


ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ।


ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।


‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’


କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।”


ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୁଶାଲମରେ ସମଗ୍ର ଯିହୂଦା ଓ ଅଣଯିହୂଦୀ ଦେଶମାନଙ୍କରେ ମଧ୍ୟ ପ୍ରଗ୍ଭର କଲି। ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି। ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚିତ୍ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି।


“ସେ ମୋତେ କହିଲେ, ‘ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି।


Swiv nou:

Piblisite


Piblisite