Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:7 - ପବିତ୍ର ବାଇବଲ

7 ସୋର ନଗରରୁ ଆମ୍ଭେ ଆମ୍ଭର ଯାତ୍ରା ଆରମ୍ଭ କଲୁ ଓ ପତଲମାଇରେ ପହଞ୍ଚିଲୁ। ସେଠାରେ ଭାଇମାନଙ୍କୁ ଅଭିନନ୍ଦନ ଜଣେଇ ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆମ୍ଭେମାନେ ସୋରରୁ ଜଳଯାତ୍ରା ଶେଷ କରି ପତଲମାଇରେ ପହଞ୍ଚିଲୁ ଓ ଭାଇମାନଙ୍କୁ ନମସ୍କାର କରି ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ।

Gade chapit la Kopi

ଓଡିଆ ବାଇବେଲ

7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ପତଲମାଇରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଟାୟର୍ରୁ ପାଲ ଟାଣି ଆମର ଯାତ୍ରାରେ ଅଗ୍ରସର ହୋଇ ଆମେ ତାଲମେଇରେ ପହଞ୍ଚିଲୁ, ସେଠାରେ ବିଶ୍ୱାସୀମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସହିତ ଗୋଟିଏ ଦିନ ରହିଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ତଲିମାଇ ପ୍ରଦେଶରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ।

Gade chapit la Kopi




ପ୍ରେରିତ 21:7
13 Referans Kwoze  

ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।


ଆମ୍ଭେମାନେ ସେଥିରେ ସୁରାକୂସା ନଗରୀରେ ପହଞ୍ଚି ସେଠାରେ ତିନି ଦିନ ରହିଲୁ।


କିଛି ଦିନ ପରେ ଆଗ୍ରି‌‌ପ୍‌‌ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ।


ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ। ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ।


ସେଠାରେ ଆମ୍ଭେ ବହୁତ ଦିନ ରହିଲା ପରେ ଯିହୂଦା ଦେଶରୁ ଆଗାବ ନାମରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଆସି ପହଞ୍ଚିଲେ।


ପାଉଲ କାଇସରୀଆରେ ପହଞ୍ଚି ଯିରୁଶାଲମର ମଣ୍ଡଳୀକୁ ଯାଇ ସେମାନଙ୍କ ସହିତ ସାକ୍ଷାତ କଲେ। ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ।


ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା।


ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି?


ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।


ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ।


ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ,


ଆମ୍ଭେ ଯାଇ କୁପ୍ର ଉପଦ୍ୱୀପ ପାଖରେ ପହଞ୍ଚି ତା'ର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗରରେ ଓହ୍ଲେଇଲୁ, କାରଣ ସେଠାରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା।


ଆମ୍ଭେମାନେ ଯିରୁଶାଲମରେ ପହଞ୍ଚିବା ମାତ୍ରେ ଆମ୍ଭକୁ ଭାଇମାନେ ଖୁସୀରେ ସ୍ୱାଗତ ଜଣାଇଲେ।


Swiv nou:

Piblisite


Piblisite