Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:4 - ପବିତ୍ର ବାଇବଲ

4 ଆମ୍ଭେ ସେଠାରେ ଯୀଶୁଙ୍କର କେତେକ ଶିଷ୍ୟମାନଙ୍କୁ ଦେଖିଲୁ। ସେମାନଙ୍କ ସହିତ ସାତ ଦିନ ପର୍ଯ୍ୟନ୍ତ ରହିଲୁ। ସେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଲଙ୍କୁ ଯିରୁଶାଲମ ନଯିବା ପାଇଁ ଚେତାବନୀ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଶିଷ୍ୟମାନଙ୍କୁ ଖୋଜି ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ସେଠାରେ ରହିଲୁ; ପୁଣି, ପାଉଲ ଯେପରି ଯିରୂଶାଲମରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ଵାରା ତାଙ୍କୁ କହିଲେ।

Gade chapit la Kopi

ଓଡିଆ ବାଇବେଲ

4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ସେଠାରେ ଆମେ କେତେକ ବିଶ୍ୱାସୀଙ୍କ ଦେଖା ପାଇ ସେମାନଙ୍କ ସହିତ ଏକ ସପ୍ତାହ ରହିଲୁ। ପବିତ୍ରଆତ୍ମାଙ୍କ ନିର୍ଦ୍ଦେଶ ପାଇ ସେମାନେ ପାଉଲଙ୍କୁ ଯିରୂଶାଲମକୁ ଯିବା ପାଇଁ ମନା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।

Gade chapit la Kopi




ପ୍ରେରିତ 21:4
11 Referans Kwoze  

ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା'ପରେ ଆମ୍ଭେ ରୋମକୁ ଆସିଲୁ।


ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା'ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ।


ଯେତେବେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିଲେ ଓ ଯେତେଥର ବିଶ୍ୱାସୀମାନଙ୍କ ଦଳ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ।


“କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ।


ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।


ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ।


ଅଣଯିହୂଦୀ, ରାଜା ଓ ଇସ୍ରାଏଲର ଲୋକମାନଙ୍କ ଆଗରେ ସେ ମୋ’ ନାମରେ ସାକ୍ଷ୍ୟ ଦେବ। ମୋ’ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦେଇ ଯିବାକୁ ହେବ ମୁଁ ନିଜେ ତାହାକୁ ଜଣାଇବି।”


କାଇସରୀଆରେ ଥିବା ଯୀଶୁଙ୍କ କେତେକ ଶିଷ୍ୟ ଆମ୍ଭ ସହିତ ଆସିଲେ। ସେମାନେ ଆମ୍ଭକୁ କୁପ୍ର ଉପଦ୍ୱୀପର ମନାସୋନ (ଯିଏ କି ଯୀଶୁଙ୍କ ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରେ ଜଣେ) ନାମକ ଜଣେ ଶିଷ୍ୟଙ୍କ ଘରକୁ ନେଇଗଲେ। ସେଠାରେ ଆମ୍ଭେ ରାତି କଟାଇବା କଥା ଥିଲା।


Swiv nou:

Piblisite


Piblisite